କେନ୍ଦ୍ରୀୟ ଦଳର ବାତ୍ୟାଞ୍ଚଳ ପରିଦର୍ଶନ

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): କେନ୍ଦ୍ରୀୟ ଦଳ ବାତ୍ୟ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି । ଏହି ଦଳ ନିମାପଡ଼ା, ସତ୍ୟବାଦୀ, ଗୋପ ବ୍ଲକ୍ ବୁଲି ବିଦ୍ୟୁତ୍ ସେବା ଘରଭଙ୍ଗା ଏବଂ ଫସଲ ହାନି ସମ୍ପର୍କରେ ବିଭିନ୍ନ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ରୀୟଜଳ ପୁରୀର ପେଣ୍ଠକଟା ବସ୍ତି ବୁଲି ମତ୍ସ୍ୟଜୀବୀ ଡଙ୍ଗା ଓ କ୍ଷୟକ୍ଷତି ଆକଳନ କରିବାସହ ରିଲିଫ୍ ଓ ଥଇଥାନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ ଅଜୟ କୁମାରଙ୍କ ନେତୃତ୍ୱରେ ଆସିଥିବା ଉକ୍ତ ଦଳରେ ଜଳ ସମ୍ପଦ ମନ୍ଦ୍ରୀ ଅମରୀଶ ପାଲସିଂ, କୃଷି ବିଭାଗର ଡଃ ବିରେନ୍ଦ୍ର ସି. ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ରାଜେଶ କୁମାର, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପସଚିବ ଏସଏସ୍ ମୋଦୀ, କେନ୍ଦ୍ର ମତ୍ସ୍ୟବିଭାଗ ଆସିଷ୍ଟାଣ୍ଟ କମିଶନର ଏସ୍କେ. ରଥ ପ୍ରମୁଖ ସାମିଲ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହ ଚରଣ ସ୍ୱାଇଁ, ପୁରୀ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ପ୍ରମୁଖ ଏହି ଦଳରେ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ