କେନ୍ଦ୍ରୀୟ ପାଣ୍ଠି ଉପରେ ନୂଆଦିଲ୍ଲୀରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର ଅଂଶ ବାବଦକୁ ଓଡ଼ିଶା ପାଇବ ୬ ହଜାର କୋଟି ଟଙ୍କାରୁ ଅଧିକ । ପିଏମ୍ଏୱାଇ, ଏମ୍ଜିଏନ୍ଆର୍ଇଜିଏ, ଏନ୍ଏସ୍ଏପି, ପିଏମ୍ଜିଏସ୍ୱାଇ ଓ ଅନ୍ୟାନ୍ୟ ଯୋଜନା ବାବଦକୁ ଏହି ଅର୍ଥ କେନ୍ଦ୍ର ଉପରେ ବାକି ପଡ଼ିଛି । ବକେୟା ଅର୍ଥକୁ କିପରି ତୁରନ୍ତ ଅଣାଯିବ, ସେଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଆଜି ସମୀକ୍ଷା କରିଛନ୍ତି । କେନ୍ଦ୍ରରୁ ପାଣ୍ଠି ଆଣିବା ନିମନ୍ତେ ନିୟମିତ ବ୍ୟବଧାନରେ କେନ୍ଦ୍ରୀୟ ବିଭାଗଗୁଡ଼ିକ ସହ ସମନ୍ୱୟ ରକ୍ଷା କରିବାକୁ ଆବାସିକ କମିସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯଦି ବିଳମ୍ବ ହେଉଛି, ତେବେ ବ୍ୟକ୍ତିଗତ ଭାବେ ତାଙ୍କ ନଜରକୁ ଆଣିବା ପାଇଁ ସେ କହିଥିଲେ ।ନୂଆଦିଲ୍ଲୀ ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ରୀୟ ପାଣ୍ଠିର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ପାଣ୍ଠି କିପରି ଅଣାଯିବ ଓ ଦଦଦଦଦ\”୫ଟିଦଦଦଦଦ\’କୁ କିପରି ଲାଗୁ କରାଯିବ, ସେ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଫଳପ୍ରଦ ପ୍ରଶାସନିକ ବ୍ୟବସ୍ଥା ପାଇଁ ଦଦଦଦଦ\”୫ଟିଦଦଦଦଦ\’କୁ ନିଷ୍ଠାର ସହ କାର୍ୟ୍ୟ କ୍ଷେତ୍ରରେ ଲଗାଇବାକୁ ମୁଖ୍ୟ ଆବାସିକ କମିସନର୍ ଓ ସ୍ୱତନ୍ତ୍ର ଆବାସିକ କମିସନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀରେ ଓଡ଼ିଶା କଲ୍ଚରାଲ୍ ସେଣ୍ଟର୍ ପ୍ରତିଷ୍ଠା ପାଇଁ ତୁରନ୍ତ କିପରି ଜମି ମିଳିବ, ସେ ଦିଗରେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ।


