କେନ୍ଦ୍ରୀୟ ବିଦ୍ୟାଳୟରେ ଅଗ୍ନିଶମ ବିଭାଗର ମକ୍‌ଡ୍ରିଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡା ଠାରେଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ ସମୟରେ କିପରି ଧନଜୀବନ ରକ୍ଷା କରାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ କୌଶଳ ଶିକ୍ଷା ଦିଆଯାଇଥିଲା । ମୁଖ୍ୟତଃ ଅଗ୍ନିକାଣ୍ଡ ସମୟରେ ନିଆଁ ଲିଭାଇବା ପାଇଁ ଯେଉଁ ଗ୍ୟାସ ବ୍ୟବହାର କରାଯିବ ସେ ବିଷୟରେ ଅଗ୍ନିଶମ କର୍ମଚାରୀ ମାନେ କହିବା ସହ ଉକ୍ତ କୌଶଳ ମଧ୍ୟ ପ୍ରଦର୍ଶନ କରିଥିଲେ । ଉଚ୍ଚ କୋଠାଗୃହରୁ ରଶି ମାଧ୍ୟମରେ କିପରି ଜନସାଧାରଣଙ୍କୁ ରକ୍ଷା କରାଯିବ ସେ ବିଷୟରେ ମଧ୍ୟ ବିସ୍ତୃତ ଭାବେ ବୁଝାଯାଇଥିଲା । ସେହିପରି ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯିବାପରେ ସେମାନଙ୍କୁ କିଭଳି ଚିକିତ୍ସା କରାଯିବ ଏବଂ ଚିକିତ୍ସାଳୟକୁ ନେବା ସମୟରେ ସେମାନଙ୍କ ଶରୀରରେ କମ୍ କ୍ଷତି ଘଟିବ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଦୁର୍ବିପାକ ସମୟରେ ଏହି ସବୁ କୌଶଳ ପ୍ରୟୋଗ କରି କମ୍‌ରୁ କମ୍ ଧନଜୀବନ କ୍ଷତିକରିବାପାଇଁ ସମସ୍ତେ ଚେଷ୍ଟାକରିବା ଏବଂ ସହଯୋଗ କରିବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ କୁହାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ