କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ କୋଠାର କାର୍ଯ୍ୟକ୍ଷମ ନିମନ୍ତେ ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା):ଆସିକା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ କୋଠାର କାର୍ଯ୍ୟକ୍ଷମ ଏବଂ ବିଭିନ୍ନ ସମସ୍ୟାର ସମାଧାନ ସକାଶେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଭେଟି ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି ବହୁ ଅଭିଭାବକ ମାନେ । ଆସିକାରେ ବର୍ତ୍ତମାନ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟର କୋଠାଟି ବିପଦଜନକ ଅବସ୍ଥାରେ ରହିଛି । ଛାତ ଫାଟି କଂକ୍ରିଟ ଖଣ୍ଡ ଖସି ପିଲାମାନେ ଆହାତ ହେଉଥିବା ସେମାନେ ଏହି ଦାବି ପତ୍ର ରେ ଅଭିଯୋଗ କରିଛନ୍ତି । ଏହି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ନୂତନ କୋଠାଟି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ନୂତନ କୋଠାକୁ ସ୍ଥାନାନ୍ତରଣ କରାଯାଇନାହିଁ । ଏଣୁ ନବନିର୍ମିତ କୋଠାକୁ ତୁରନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଆସିକା ସ୍ଥାନାନ୍ତଋଣ କରି ବିପଦ ଶଙ୍କୁଳ କୋଠାରେ ପଢୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଜୀବନ ବଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରିବା, ଏକାଦଶ ଶ୍ରେଣୀ ଆଡମିଶନ ପାଇଁ ସମସ୍ତ ଆନୁଷାଙ୍ଗିକ ପଦକ୍ଷେପ ନେବା, ସ୍ଥାୟୀ ପ୍ରିନ୍ସିପାଲ ଓ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରି ପାଠପଢାରେ ଉନ୍ନତି ଆଣିବା ପାଇଁ ଉଚିତ୍ ପଦକ୍ଷେପ ନେବା, ବିଦ୍ୟାଳୟ କୁ ହାର୍ଡ ଷ୍ଟେସନରେ ପରିବର୍ତ୍ତିତ କରିବା ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ବିଭୀନ୍ନ ଦାବି ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଗାମୀ ଦିନରେ ଯଦି ଦାବି ପୂରଣ ନହୁଏ ଆସନ୍ତା ପୂଜା ଛୁଟି ପରେ ପିଲାଙ୍କୁ ସ୍କୁଲକୁ ବାରଣ କରିବା ସହ ଫାଟକ ସମ୍ମୁଖରେ ଧାରଣା ଦେବା ପାଇଁ ବାଧ୍ୟ ହେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ରାଜେଶ ପାତ୍ର, ଅରୁଣ କୁମାର ସେଠୀ, ସନ୍ତୋଷ କୁମାର ମହାରଣା, ସନ୍ତୋଷ କୁମାର ସେଠୀ, ଶଙ୍କର ସାହୁ, ପ୍ରଫୁଲ୍ଲ କୁମାର ଜାନି, ଶ୍ୟାମ ସୁନ୍ଦର ପାଢୀ ଓ ଏ. ହରିଶରଣ ରେଡ୍ଡୀ ସମେତ ବହୁ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ