କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଓ ପୁରାତନ ଛାତ୍ରସଂଘ ଗଠନ
ନବରଙ୍ଗପୁର,(ୱାଇଏନଏସ) କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ପ୍ରତିଷ୍ଠା ଦିବସ ନବରଙ୍ଗପୁର ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପାଳନ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ (ରାଜସ୍ଵ ) ନବୀନ ଚନ୍ଦ୍ର ନାୟକ ଯୋଗ ଦେଇ କେନ୍ଦ୍ରୀୟ ବିଦ୍ୟାଳୟର ସୁନାମ ନେଇ ଉଚ୍ଚ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ରହିବା ସହିତ ଅଧ୍ୟୟନ କରି ଉଚ୍ଚ ସୋପାନ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରାଚାର୍ଯ୍ୟ ହିତେ ଶ କୁମାର ବର୍ମା ସମସ୍ତଙ୍କୁ ସ୍ଵାଗତ କରିବା ସହ ବିଦ୍ୟାଳୟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ । ଏହି ଅବସରରେ ସେ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଅନ୍ଯ ମାନଙ୍କ ମଧ୍ଯରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ଯ ବିନୋଦ ବିହାରୀ ବେହେରା,ସୁରେଶ ପଟ୍ଟନାୟକ ଏବଂ ସୁକୁମାର ସୁନା,ଅବିଭାବକ ଶିକ୍ଷକ ସଂଘ ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଓ ସଂପାଦକ ବାଙ୍କ ବିହାରୀ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଛାତ୍ରଛାତ୍ରୀମାନଙ୍କର ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହିପରିପେକ୍ଷୀରେ ଦ୍ଵିତୀୟ ପର୍ଯ୍ୟାୟରେ ପୁରାତନ ଛାତ୍ର ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ମୁଖ୍ୟ ଆଧାପିକା ସାମରିକା ପାଢୀ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇଥିଲେ । ଏଥିରେ ୫୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ପ୍ରାଚାର୍ଯ୍ୟ ହିତେଶ କୁମାର ବର୍ମା ଯୋଗ ଦେଇ ପୁରାତନ ଛାତ୍ରଛାତ୍ରୀମାନେ ସର୍ବଦା ସମାଜସେବା କରିବାକୁ ଆହ୍ଵାନ ଦେଇଥିଲେ । ବିଦ୍ୟାଳୟର ଇଂରାଜୀ ଅଧାପକ ପ୍ରଦୀପ କୁମାର ହୋତା ମଞ୍ଚ ପରିଚାଳନା କରି ଥିବାବେଳେ ଶ୍ରୀମନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । . ପୁରାତନ ଛାତ୍ର ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଭାପତି ଭାବେ ଅଙ୍କିତା ଦାସ, ଉପସଭାପତି ଅଳକା ମିଶ୍ର,ସମ୍ପାଦକ ଗୁରୁପ୍ରସାଦ ପାଢୀ, ସହ ସମ୍ପାଦକ କଳ୍ପନା ନାୟକ,କୋଷାଧ୍ୟକ୍ଷ ଅନ୍ଵେଷା ଦାଶ ଓ ଶିକ୍ଷକ ସଦସ୍ୟ ଭାବେ ସାଗରିକା ପାଢୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ ।