କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ପୋଲିସ ପଡିଆ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କ୍ରୀଡା ପ୍ରତିଯୋଗିତା କୁ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ୟାରେଡ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଗଞ୍ଜାମ ଏସପି ଶ୍ରୀ ରାଏ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଖେଳକୁଦର ଆବଶ୍ୟକତା ଏହା ଚରିତ୍ର ଗଠନରେ ସହାୟତା ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ପ୍ରସିଦ୍ଧ ବଡୀ ବିଲ୍ଡର ବଲାଲ ଖାନ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଇ.ଲଲିତ କୁମାର ସମସ୍ତ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ଅନିଲ କୁମାର ନାୟକ, ଏ ବାସୁଦେବ, ନୀଳାଞ୍ଚଳ ବେହେରା, କାଳୀ ପ୍ରସାଦ ମହାର୍ଥ, ସୁଧାଂଶୁ ଭୂଷଣ ପାଢୀ, ତପୁନ ପାତ୍ର, ସୁନିଲ କୁମାର ସାହୁ, ଦେବବ୍ରତ ସାହୁ, ଶ୍ରୀନୁ ଆଚାରୀ, ସରୋଜ କୁମାର ପାଣିଗ୍ରାହୀ, ଶିକ୍ଷୟତ୍ରୀ ସୁନାଲି ତ୍ରିପାଠୀ, ଶୁଭସ୍ମୀତା ପାଣିଗ୍ରାହୀ, ଶୁଭଶ୍ରୀ ପରିଡା, ସହାୟିକା ସୁଦେଷ୍ଟା ବେହେରା ଓ ରୀନା ରେଡ୍ଡୀ ସହଯୋଗ କରିଥିଲେ l


