କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜସ୍ୱମନ୍ତ୍ରୀଙ୍କୁ ଭେଟିଲେ ଛତ୍ରପୁର ବିଧାୟକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମିର ଆଡଭାନ୍ସ ପୋଜେସନ ରାଜସ୍ୱ ସଚିବଙ୍କ ଦ୍ୱାରା ମଞ୍ଜୁରୀ ହୋଇଛି । ବର୍ତ୍ତମାନ ଏହା ଅନ୍ତିମ ଅନୁମୋଦନ ନିମନ୍ତେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗର ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ ନିକଟକୁ ପ୍ରେରଣ କରାଯାଇଛି । ଏହାକୁ ଅତିଶୀଘ୍ର କରିବା ନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମନ୍ତ୍ରୀ ଶ୍ରୀ ମାରାଣ୍ଡିଙ୍କୁ ସାକ୍ଷାତ କରି ନିବେଦନ କରିଛନ୍ତି । ବିଧାୟକ ଶ୍ରୀ ନିର୍ବାଚିତ ହେଲା ଦିନ ଠାରୁ ଦିନରାତି ଏକ କରି ନିର୍ବାଚନ ମଣ୍ଡଳୀ ବିଭିନ୍ନ ଉନ୍ନୟନ ଏବଂ ଲୋକ ସମସ୍ୟା ଗୁଡିକ ସୁଧାରିବା ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି ।