କେନ୍ଦ୍ରୀୟ ବିଦ୍ୟାଳୟ ରେ ବାଳିକା ମାନଙ୍କ ପାଇଁ କିଶୋରୀ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ କୈଳାଶ ମୀନା ଙ୍କ ଅଧ୍ୟକ୍ଷତାରେ କିଶୋରୀ ଶିକ୍ଷା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଶେଷଜ୍ଞ ଅତିଥି ରୁପେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ, ପ୍ରୋଟେକ୍ସନ ଅଫିସର ଟି. ଜୟଲକ୍ଷ୍ମୀ ଏବଂ ୟୁନିସେଫ ଜିଲ୍ଲା ସଂଯୋଜକ ସୁଷମା କର ଉପସ୍ଥିତ ଥିଲେ lଏହି କାଯ୍ୟକ୍ରମ ରେ କିଶୋରୀ ବୟସରେ ଉପନୀତ ଛାତ୍ରୀ ମାନଙ୍କ ମନରେ ଆସୁଥିବା ବିଭିନ୍ନ ପ୍ରକାର ଜିଜ୍ଞାସା, ଆଶଙ୍କା,ମାସିକ ଋତୁସ୍ରାବ, ଶରୀର ରେ ବିଭିନ୍ନ ପ୍ରକାର ପରିବର୍ତନ,ଆତ୍ମସମ୍ମାନ, ସାଇବର କ୍ରାଇମ, କିଶୋର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ମାନସିକ ଅବସାଦ, ଭବିଷ୍ୟତ ପାଇଁ ପ୍ରସ୍ତୁତି, ବାଳ ସୁରକ୍ଷା ଏବଂ ଅଧିକାର, ଜୀବନ ର ଲକ୍ଷ ଆଦି ବିଷୟରେ ପାୱାର ପଏଣ୍ଟ ମାଧ୍ୟମରେ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଛାତ୍ରୀ ମାନଙ୍କ ସହ ତାଙ୍କ ମାଆ ମାନେ ଏବଂ ମହିଳା ଅଭିଭାବକ ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରତିଭାଗୀ ଙ୍କ ସନ୍ଦେହ ଦୂର କରିବା ସହ ତାଙ୍କ ମତାମତ ମଧ୍ୟ ନିଆ ଯାଇଥିଲା ଏବଂ ବାଲ୍ୟ ବିବାହ ମୁକ୍ତ ଦେଶ ଗଢିବା ପାଇଁ ସଂକଳ୍ପ ନେଇଥିଲେ lଏହି କାର୍ଯ୍ୟକ୍ରମ କୁ ଅଧ୍ୟାପିକା କବିତା ଭାରତୀ, ଭାନୁମତି ମହନ୍ତ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସଂଘମିତ୍ରା ଦାସ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ବିଶେଷଜ୍ଞ ଅତିଥି ଏବଂ ପ୍ରତିଭାଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ