କେନ୍ଦ୍ରୀୟ ବିଦ୍ୟାଳୟ ଶୁଭ ଭଦ୍ଘାଟନରେ ମନ୍ତ୍ରୀ ଓ ସା଼ଂସଦଙ୍କୁ ଉପେକ୍ଷା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ କେନ୍ଦ୍ରୀୟ ବିଦ୍ୟାଳୟର ଦିର୍ଘ ୧୧ ବର୍ଷ ପରେ ଶୁଭ ଉଦ୍ଘାଟିତ ହୋଇଯାଇଛି ।ଏହି ଉଦ୍ଘାଟନ ଉତ୍ସବରେ ମୟୁରଭଞ୍ଜ ଜିଲ୍ଲା ତଥା ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କୁ ଅଣ ଦେଖାକରା ଯାଇଥିଲା । ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ବିଦ୍ୟାଳୟ, ମହୁଲଡିହା, ରାଇରଙ୍ଗପୁରର ଦିର୍ଘ ୯ ବର୍ଷ ହେଲା ଜାଗା ସମସ୍ୟା ରହିଥିଲା । ତାହାକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ନିଜେ ଜାଗାର କାଗଜ ପତ୍ର ସଠିକ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲାର ମମତା ମହାନ୍ତ ରାଜ୍ୟ ସଭା ସାଂସଦ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ତଥା ରାଜ୍ୟର ପ୍ରଭାବଶାଳୀ ଏହି ଦୁଇ ରାଜନେତା ଓ ନେତ୍ରୀ ଯେଉଁମାନେ ଓଡ଼ିଶାର ସର୍ବବୃହତ୍ତମ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଅହରହ ଚିନ୍ତା କରିଥାନ୍ତି ତାଙ୍କୁ ଏହି ଶୁଭ ଉଦ୍ଘାଟନ ଉତ୍ସବରେ ନିମନ୍ତ୍ରିତ କରାଯାଇ ନଥିବାରୁ ବିଜେଡି ତରଫରୁ ଏହାର ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଏହି ଶୁଭ ଉଦ୍ଘାଟନରେ ବିଜେଡି ନେତୃବୃନ୍ଦଙ୍କୁ ଡକା ନ ଯିବା ପଛରେ କେନ୍ଦ୍ର ସରକାରଙ୍କ ହାତ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଭର୍ସ୍ନନା କରାଯାଇଥିଲା ।ଏହି ସାମ୍ବାଦିକ ସମ୍ମିଳନୀରେ ମୟୁରଭଞ୍ଜ ୨-ବିଜେଡି ଯୁବ ସଭାପତି ଅଭିଷେକ ପଟ୍ଟନାୟକ, ପୂର୍ବତନ ବିଧାୟକ ସାହିବା ଶୁଶିଲ ହାଁସଦା, ବିଜେଡି ନେତା ରତିକାନ୍ତ ପରୀକ୍ଷା, ତନୁଜା ମହାନ୍ତ,ସଚିନ ଦାସ, ରାଜ୍ୟ ଵିଜୁ ଛାତ୍ର ଜନତା ସଂପାଦକ ବିକାଶ ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା,ବହଳଦା ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମ,ଗୁରୁ ମହାନ୍ତ, ଆହ୍ବାନ ପଟ୍ଟନାୟକ ଏବଂ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ । ଏହି ବିଷୟ ରାଇରଙ୍ଗ ପୁରରେ ଚର୍ଚ୍ଚାର ବିଷୟ ହୋଇଛି ।


