କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ହିରକପଙ୍କ ଟେଷ୍ଟିଂ କ୍ୟାମ୍ପ
ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୁବନେଶ୍ୱର ସମ୍ଭାଗ ପକ୍ଷରୁ ଚତୁର୍ଥଚରଣ ହିରକପଙ୍କ ଟେଷ୍ଟିଂ କ୍ୟାମ୍ପ ଭାରତ ସ୍କାଉଟ୍ ଗାଇଡ୍ କବ୍ ବୁଲବୁଲ ଉତ୍ସବ ସ୍ଥାନୀୟ ପୋଖରୀପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ୨୯ଟି କେନ୍ଦ୍ରୀୟ ବିଦ୍ୟାଳୟର ୧୫୦ଜଣ କବ୍ ବୁଲବୁଲ ସାମିଲ ହୋଇଥିଲେ । ଏହାକୁ ପୋଖରୀପୁଟ୍ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିବିର ନିର୍ଦ୍ଦେଶକ ସରୋଜ କୁମାର ଦାଶ ଉଦ୍ଘାଟନ କରିଥିଲେ । ଶ୍ରୀ ଦାଶ ଏହି ଅବସରରେ କହିଥିଲେ ଯେ, ମାନବିକତାର ଗୁଣ ପାଇଁ ଭାରତ ସ୍କାଉଟ୍ ଓ ଗାଇଡ୍ ଏକ ସର୍ବୋତମ ପୃଷ୍ଠଭୂମି । ଏନେଇ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିବା ସହ ଭଲ ମଣିଷ ସହ ଉତମ ଚରିତ୍ର ଗଠନ କରିବା ସହ ବହୁ ସମ୍ମାନର ଅଧିକାରୀ ହୋଇପାରିବ ବୋଲି ସେ ମତ ପ୍ରଦାନ କରିଥିଲେ । ଏହାକୁ ଶିବିର ଅଧ୍ୟକ୍ଷ ମିନକେତନ ପଣ୍ଡା ଓ ଅଧ୍ୟକ୍ଷା ଚିତ୍ରଲେଖା ପଣ୍ଡା ପରିଚାଳଣା କରିଥିଲେ । ଏଥିରେ ସମାଜିକ ସଚେତନତା, ଶୃଙ୍ଖଳା, ପ୍ରଥମିକ ଚିକିତ୍ସା, ଗୋଷ୍ଠି ସଂଗୀତ, ନୃତ୍ୟ, ବକ୍ତୁତା, ହସ୍ତଶିଳ୍ପ, ଦୌଡିରେ ଶିଡି, ଗଣ୍ଠି ଆଦି ପ୍ରଶିକ୍ଷଣ ଦିଆଯିବା ସହ ପ୍ରତିଯୋଗୀତା କରାଯାଇଛି । ଏହାକୁ ଶିବିର ସଂଯୋଜକ ଜେକେ ଶିଶୁ ଗୋସ୍ୱାମୀ ଓ ପିକେ କର ସଂଯୋଜନା କରିଥିଲେ । ମାନଓ ରଂଜନ ପୃଷ୍ଟି, ସଞ୍ଜୟ କୁମାର ପରିଡ଼ା, ଶ୍ରଦ୍ଦା ସୁମନ, ଦିଲ୍ଲୀପ କୁମାର ଖୁଂଟିଆ ଓ ଏସ୍କେ ଆଚାର୍ଯ୍ୟ ଏହାକୁ ପରିଚାଳଣା କରିଥିବା ବେଳେ ସି ସାନବାରସିଆ ଧନ୍ୟବାଦ ପ୍ରଦାନ କରିଥିଲେ ।