କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ହିରକପଙ୍କ ଟେଷ୍ଟିଂ କ୍ୟାମ୍ପ ଓ ପରିବେଶ ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ସମ୍ଭାର ପକ୍ଷରୁ ଚତୁର୍ଥ ଚରଣ ହିରକପଙ୍କ ଟେଷ୍ଟିଂ କ୍ୟାମ୍ପ ଭାରତ ସ୍କାଉଟ୍ ଗାଇଡ୍ କବ୍ ବୁଲବୁଲ ଉତ୍ସବ ସ୍ଥାନୀୟ ପୋଖରୀପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ୨୯ଟି କେନ୍ଦ୍ରୀୟ ବିଦ୍ୟାଳୟର ୧୫୦ଜଣ କବ୍ ବୁଲବୁଲ ସାମିଲ୍ ହୋଇଥିଲେ । ଏହାକୁ ପୋଖରୀପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିବିର ନେର୍ଦ୍ଦେଶକ ସରୋଜ କୁମାର ଦାଶ ଉଦ୍ଘାଟନ କରିଥିଲେ । ଶ୍ରୀ ଦାଶ ଏହି ଅବସରରେ କହିଥିଲେ ଯେ, ମାନବିକତାର ଗୁଣ ପାଇଁ ଭାରତ ସ୍କାଉଟ୍ ଓ ଗାଇଡ଼୍ ଏକ ସବୋର୍ତ୍ତମ ପୃଷ୍ଠଭୂମି । ଏନେଇ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିବା ସହିତ ଭଲ ମଣିଷ ଓ ଉତ୍ତମ ଚରିତ୍ର ଗଠନ କରିବା ସହ ବହୁ ସମ୍ମାନର ଅଧିକାରୀ ହୋଇପାରିବ ବୋଲି ସେ ମତ ପ୍ରଦାନ କରିଥିଲେ । ଏହାକୁ ଶିବିର ଅଧ୍ୟକ୍ଷ ମୀନକେତନ ପଣ୍ଡା ଓ ଅଧ୍ୟକ୍ଷା ଚିତ୍ରଲେଖା ପଣ୍ଡା ପରି•ଳନା କରିଥିଲେ । ଏଥିରେ ସାମାଜିକ ସଚେତନତା, ଶୃଙ୍ଖଳା, ପ୍ରାଥମିକ ଚିକିତ୍ସା, ଗୋଷ୍ଠୀ ସଙ୍ଗୀତ, ନୃତ୍ୟ, ବକ୍ତୃତା, ହସ୍ତଶିଳ୍ପ, ଦୌଡ଼ିରେ ଶିଡ଼ି, ଗଣ୍ଠି ଆଦି ପ୍ରଶିକ୍ଷଣ ଦିଆଯିବା ସହ ପ୍ରତିଯୋଗିତା କରାଯାଇଥିଲା । ଏହାକୁ ଶିବିର ସଂଯୋଜକ ଜେ.କେ ଶିଶୁ ଗୋସ୍ୱାମୀ ଓ ପି.କେ କର ସଂଯୋଜନା କରିଥିଲେ । ମାନସ ରଞ୍ଜନ ପୃଷ୍ଟି, ସଞ୍ଜୟ କୁମାର ପରିଡ଼ା, ଶ୍ରଦ୍ଧା ସୁମନ, ଦିଲ୍ଲୀପ କୁମାର ଖୁଣ୍ଟିଆ ଏବଂ ଏସ୍.କେ. ଆ•ର୍ଯ୍ୟ ଏହାକୁ ପରି•ଳନା କରିଥିବା ବେଳେ ସି ସାନବାରସିଆ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଏକ ପରିବେଶ ସଚେତନତା ଶୋଭାଯାତ୍ରା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ