କେନ୍ଦ୍ରୀୟ ସହାୟତା ଦାବି କରିବାରେ ତାଳମେଳ ରଖୁନାହାନ୍ତି ରାଜ୍ୟ ସରକାର : ନିରଞ୍ଜନ
ଭୁବନେଶ୍ୱର, : କେନ୍ଦ୍ରିୟ ସହାୟତା ଦାବିକରିବାରେ ତାଳମେଳ ରହୁନାହିଁ ରାଜ୍ୟ ସରକାରଙ୍କ ଏହି ଅଭିଯୋଗ ଆଣି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତା ମାଧ୍ୟମରେ ଉପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଫନି ବାତ୍ୟା ବେଳେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ୯ ହଜାର ୯୩୬ କୋଟି ଟଙ୍କା କ୍ଷୟକ୍ଷତି ହୋଇଛି ବୋଲି ହିସାବ ଦେଇ କେନ୍ଦ୍ର ସରକାରଙ୍କୁ ସହାୟତା ମାଗିଲେ ୫ ହଜାର ୨୨୭ କୋଟି କିନ୍ତୁ କେନ୍ଦ୍ର ସରକାର ୩ ହଜାର ୩ଶହ ୩୮କୋଟି ଦେଲେ । ଯେଉଁଥିରେ ୧ ହଜାର କୋଟି ଟଙ୍କା ଅଗ୍ରିମ ଆକାରରେ ଦେଇଥିଲେ କେନ୍ଦ୍ର ସରକାର । ସେତେବେଳେ ୧୧ଟି ଜିଲ୍ଲାରେ ଅଦୁଭୁତପୂର୍ବ କ୍ଷୟକ୍ଷତି ହୋଇଥିଲା । ଲୋକ ମରିଥିଲେ ହଜାର ହଜାର ଏକର ଚାଷଜମି କ୍ଷତି ହୋଇଥିଲା । କିନ୍ତୁ ଗତ କିଛି ଦିନ ତଳେ ଅମ୍ଫାନ ବାତ୍ୟାରେ କ୍ଷତି ହୋଇଥିବା ୪ ଟି ଜିଲ୍ଲା ପାଇଁ ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା କେନ୍ଦ୍ର ସରକାର ଦେଇଥିବା ବେଳେ ଗତ କାଲି ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କାର ସହାୟତ ମାଗିଛନ୍ତି । ସେ କହିଥିଲେ ଫନି ବେଳେ ରାଜ୍ୟ ସରକାର ପାଇଥିବା ୩ ହଜାର ୩ଶହ କୋଟିରୁ ପୁରୀ ଜିଲ୍ଲା ପାଇଁ ମାତ୍ର ୧୩୦୦ କୋଟି ଟଙ୍କା ଦେଇଥିବା ବେଳେ ସେଥିରୁ ପୁରୀ ପ୍ରଶାସନ ପ୍ରଥମେ ୨୦୦ କୋଟି ଟଙ୍କା ଫେରାଇଥିବା ବେଳେ ବାକି ୧୧୦୦ କୋଟିରୁ ୬ଶହ କୋଟି ଟଙ୍କା ଖର୍ଚ୍ଚ ନ କରି ଅବ୍ୟବହୃତ ହୋଇ ପଡ଼ିରହିଛି । ତେଣୁ ଏଥିରୁ ରାଜ୍ୟ ସରକାରଙ୍କର ସାଧାରଣ ଲୋକଙ୍କ ପାଇଁ ଖର୍ଚ୍ଚ କରିବାର ଆନ୍ତରିକତା କେତେ ଜଳ ଜଳହୋଇ ଦେଖାଯାଉଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୮ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଭାଜପା କର୍ମୀମାନଙ୍କୁ ଉଦ୍ବୋଧନ ଦେବା ଆଳରେ ସାରା ଦେଶରେ କର୍ମୀମାନଙ୍କୁ ଏକାଠୀକରି ଯେଉଁ ସଭାର ଆୟୋଜନ କରିବାକୁ ଯାଉଛନ୍ତି ଯାହାଦ୍ୱାରା କି କରୋନା ମହାମାରୀକୁ ବ୍ୟାପକ କରିବାରେ ସାହାଯ୍ୟ ନ କରିବ ବୋଲି କିଏ କହିବ ବୋଲି ପ୍ରଶ୍ନ କରିଛନ୍ତି । ନିଜେ ସରକାର ନିୟମ କରିଥିଲେ ସଭା ସମିତି, ଧର୍ମାନୁଷ୍ଠାନ, ରାଜନୈତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ।ଏହାକୁ ମାନି ସାଧାରଣ ଲୋକ ମାକ୍ସ ପିନ୍ଧି ସାମାଜିକ ଦୂରତାରେ ଚଳୁଥିବା ବେଳେ କିନ୍ତୁ ସେହି ନିୟମକୁ ଭାଙ୍ଗୁ ଛନ୍ତି ସରକାର ଦଳର ସାଂସଦ ଓ ମନ୍ତ୍ରୀ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।