କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବକ୍ତବ୍ୟ : ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ପାହ୍ୟା ମାନ୍ୟତା କିମ୍ବା ସ୍ୱତନ୍ତ୍ର ଅନୁଦାନ

ଭୁବନେଶ୍ୱର : ମାନ୍ୟବର ସାଂସଦ ରମେଶ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ସଂସଦରେ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କିମ୍ବା ସ୍ୱତନ୍ତ୍ର ଅନୁଦାନ ମିଳିବାର କୌଣସିି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବି·ରାଧିନ ନାହିଁ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶାବାସୀଙ୍କର ସ୍ୱାଭିମାନ ପ୍ରତି ଚରମ ଆଘାତ ବୋଲି ସମାଜବାଦୀ ପାର୍ଟି ରାଜ୍ୟ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ ରାଜ୍ୟର ବିଜେଡ଼ି, ବିଜେପି ଓ କଂଗ୍ରେସ ସାଂସଦମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଏହି ବୈମାତୃକ ମନୋଭାବ ବିରୁଦ୍ଧରେ ସେମାନେ ସଂସଦ ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀ ପାଖରେ ଧାରଣା ଦେଇ ପ୍ରତିବାଦ କରନ୍ତୁ ଏବଂ ସଂସଦ ଭିତରେ ମଧ୍ୟ ସ୍ୱର ଉତ୍ତୋଳନ କରନ୍ତୁ । କେନ୍ଦ୍ରର ଏହି ନୈରାଶ୍ୟଜନକ ମନ୍ତବ୍ୟ ବିରୁଦ୍ଧରେ ସଡ଼କରୁ ସଂସଦ ପର୍ଯ୍ୟନ୍ତ ରାଜ୍ୟବାସୀ ରାଜନୀତିର ଉର୍ଦ୍ଧକୁ ଉଠି ପ୍ରତିବାଦ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଆଜି ଯେତେବେଳେ ବିଧାନସଭା ·ଲିଛି, ବିଧାନସଭାରେ ମଧ୍ୟ କେନ୍ଦ୍ର ସରକାରଙ୍କର ଏହି ଅବହେଳା ବିରୋଧରେ ଏକ ସର୍ବଦଳୀୟ ନିନ୍ଦା ପସ୍ତାବ ଗୃହିତ କରିବାକୁ ସେ ମାନ୍ୟବର ବିଧାୟକମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶାର କୌଣସି ପର୍ଯ୍ୟଟନୀସ୍ଥଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି । ଓଡ଼ିଶାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରସ୍ତାବ ଅନୁଯାୟୀ ଫୋକସ ରାଜ୍ୟ ଭାବରେ ଗଣନା କରି ୯୦:୧୦ ହାରରେ ସ୍ୱତନ୍ତ୍ର ଅନୁଦାନ ଦେବା ପ୍ରସ୍ତାବକୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଡ଼ାଇ ଦେଇଛନ୍ତି । ଜୁନ୍ ୧୫ ତାରିଖ ନୀତି ଆୟୋଗ ବୈଠକରେ ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଫନି ମହାବାତ୍ୟାର କ୍ଷୟକ୍ଷତି ଏବଂ ଦଳିତ ଆଦିବାସୀ ଅଧ୍ୟୁଷିତ କୃଷିବହୁଳ ଓଡ଼ିଶାର ସ୍ୱାର୍ଥକୁ ଆଖିଆଗରେ ରଖି କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ବି·ର କରିବାକୁ ଯେଉଁ ଦାବୀ ରଖିଥିଲେ ତାହାକୁ ମଧ୍ୟ ଠାକୁର ଆଜି ଅଗ୍ରାହ୍ୟ କରିଦେଇଛନ୍ତି । କେନ୍ଦ୍ର ସରକାରଙ୍କର ଏହିଭଳି ଚରମ ଉଦାସୀନତା ବିରୁଦ୍ଧରେ ରାଜ୍ୟବାସୀ ଓ ରାଜ୍ୟର ମାନ୍ୟବର ସାଂସଦ ଏବଂ ବିଧାୟକମାନେ ଦଳମତ ନିର୍ବିଶେଷରେ ପ୍ରତିବାଦ କରିବାକୁ ବେହେରା ସମସ୍ତଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ