କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ କର୍ପୋରେଟ ପ୍ରୀତି ଓ ବେଦାନ୍ତ କମ୍ପାନୀର ଲୁଣ୍ଠନ ତଥା ହତ୍ୟା ବିରୋଧରେ ଗଣ-ପ୍ରତିବାଦ

ଭୁବନେଶ୍ୱର : ବେଦାନ୍ତ ପାଇଁ ଜମି ହରାଇଥିବା ରେଙ୍ଗୋପାଲି ଓ ଛତ୍ରପୁର ଇତ୍ୟାଦି ସ୍ଥାନୀୟ ଗ୍ରାମର ଅଧିବାସୀ ମାନଙ୍କ ଶାନ୍ତିପୂର୍ଣ ତଥା ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ବେଦାନ୍ତ କମ୍ପାନୀର ସୁରକ୍ଷା ବାହିନୀ ତଥା ଓଡିଶା ଶିଳ୍ପ ନିରାପତ୍ତା ରକ୍ଷୀ ମାନଙ୍କର ଅମାନୁଷିକ ଆକ୍ରମଣ ଓ ଲାଠି ଚାଳନା ଦ୍ଵାରା ୨ ଜଣଙ୍କ ମୃତ୍ୟୁ ଓ ୫୦ରୁ ଊର୍ଦ୍ଧ୍ଵ ଲୋକଙ୍କ ଆହତ ଘଟଣାକୁ ବିଭିନ୍ନ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ତଥା କର୍ପୋରେଟ ପ୍ରୀତି ଯୋଗୁଁ ଆଜି ଜଳ-ଜମି ଓ ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦ ଉପରେ ଲୋକଙ୍କର ଅଧିକାରକୁ ଛଡେଇ ନେଇ ଦେଶୀ-ବିଦେଶୀ ପୁଞ୍ଜିପତି କମ୍ପାନୀ ହାତରେ ଟେକି ଦିଆଯାଉଛି ଓ ସରକାରଙ୍କ ବଳରେ ବଳୀୟାନ କର୍ପୋରେଟ ମାନେ ସମସ୍ତ ଗଣତାନ୍ତ୍ରିକ ନୀତି ନିୟମକୁ ଖୋଲମଖୋଲା ଉଲଂଘନ କରିଚାଲିଛନ୍ତି । ସ୍ଥାନୀୟ ଅଧିବାସୀଙ୍କ ଜମି ଅଧିଗ୍ରହଣ ସମୟରେ ସେମାନଙ୍କୁ ନିଯୁକ୍ତି ଓ ଶିକ୍ଷା ତଥା ସ୍ୱାସ୍ଥ୍ୟସେବାର ପ୍ରତିଶୃତି ଦେଇ ପ୍ରତାରଣା କରିବା ଓ ଶାନ୍ତିପୂର୍ଣ ଉପାୟରେ ପ୍ରତିବାଦକାରୀଙ୍କୁ ହତ୍ୟା କରିବା ଘଟଣା ଉଭୟ ବିଜେପି-ବିଜେଡି ସରକାରଙ୍କ କର୍ପୋରେଟ ପ୍ରୀତିକୁ ପଦାରେ ପକାଇ ଦେଇଛି । ଅବିଳମ୍ବେ ବେଦାନ୍ତ ଭଳି ଜନବିରୋଧୀ ବହୁଦେଶୀୟ କମ୍ପାନୀ ସହ ସରକାର କରିଥିବା ବୁଝାମଣା(MoU) ବାତିଲ କରିବାକୁ ତଥା ଦେଶରୁ ବିଦା କରିବାକୁ ଆନ୍ଦୋଳନକାରୀ ମାନେ ଦାବି କରିଛନ୍ତି । ଏହି ଗଣ ପ୍ରତିବାଦରେ ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (CSD),ଇନସାଫ(INSAF), ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ(GASS), ଟ୍ରେଡ ୟୁନିୟନ ସେଣ୍ଟର ଅଫ ଇଣ୍ଡିଆ(TUCI), ପିପୁଲ୍ସ ୟୁନିୟନ ଫର ଡେମୋକ୍ରାଟିକ ରାଇଟ୍ସ,(PUDR) ଅଖିଳ ଭାରତ ଜନମଞ୍ଚ(AIPF),ଓଡିଶା ଜନ ଚେତନା ମଞ୍ଚ,ଲୋକଶକ୍ତି ଅଭିଯାନ,ପିପୁଲ୍ସ ୟୁନିୟନ ଫର ସିଭିଲ ଲିବର୍ଟିଜ(PUCL),ଲୋହିଆ ଏକାଡେମୀ,ସିପିଆଇ(ଏମ.ଏଲ), ସିଭିଲ ସୋସାଇଟୀ ଫୋରମ ଫର ହ୍ୟୁମାନ ରାଇଟ୍ସ, ସିପିଆଇ(ଏମ.ଏଲ)- ରେଡ଼ ଷ୍ଟାର,ସମାଜବାଦୀ ପାର୍ଟି, ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ, ବସ୍ତି ସୁରକ୍ଷା ମଞ୍ଚ, ଜନବାଦୀ ଲେଖକ ସଂଘ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ(CAFC), ବସ୍ତି ସଂଘର୍ଷ ମଞ୍ଚ, ଇତ୍ୟାଦି ସଂଗଠନ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ