କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣା ନିତୀକୁ କଡା ସମାଲୋଚନା

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବଣବୁଲାପଲ୍ଲୀ ଓ ବି. ତୋଟାପଲ୍ଲୀ ମିଳିତ ଶାଖା ସମ୍ମିଳନୀ ବଣବୁଲାପଲ୍ଲୀ ଗ୍ରାମ ସ୍ଥିତ କୋଠଘର ଠାରେ ସି. ଏଚ୍‌. ଦଣ୍ଡପାଣି ରେଡ୍ଡୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣା ନିତୀକୁ କଡା ସମାଲୋଚନା କରିଥିଲେ । ଏହା ସହିତ ଆଗାମୀ ଦିନରେ ଦଳକୁ କିପରି ଅଧିକ ମଜବୁତ କରାଯିବ ସେଥି ନିମନ୍ତେ ସେ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ ଓ ପ୍ରଦୀପ ସେଠୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ସହ ସମ୍ପାଦକ ଗୁରୁନାଥ ପ୍ରଧାନ, ସି. ଏଚ୍‌. ସତ୍ୟ ନାରାୟଣ ରେଡ୍ଡୀ, ଶ୍ରମିକ ନେତା କେଶବ ନାହାକ ଓ ଦୁର୍ଯ୍ୟୋଧନ ନାହାକ, ପ୍ରଫୁଲ୍ଲ ପାଣିଗ୍ରାହୀ,ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଏସ୍‌. ତ୍ରିନାଥ ରେଡ୍ଡୀ, ଏନ୍‌. ମୁନା ପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗ ଦେଇ ଗରିବ, ଶ୍ରମିକ ଓ ଦିନ ମଜୁରିଆଙ୍କ ହକ ନିମନ୍ତେ ଆଗାମୀ ଦିନରେ ଦଳ ପକ୍ଷରୁ ବିଭିନ୍ନ ଆନ୍ଦୋଳନ କରାଯୀବ ବୋଲି ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ବୟୋଜୋଷ୍ଠ କମ୍ୟୁନିଷ୍ଟ ନେତା ଏନ୍‌. ଗଙ୍ଗାଧର ରେଡ୍ଡୀ ଦଳୀୟ ପତାକା ଉତ୍ତୋଳନ କରିଥିବା ବେଳେ କେଶବ ନାହାକ ଶୋକ ପ୍ରସ୍ତାବ ଆଗତ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ସମ୍ମତି କ୍ରମେ ବଣବୁଲାପଲ୍ଲୀ ଶାଖା ସମ୍ପାଦକ ଭାବେ ସି. ଏଚ. ସତ୍ୟ ନାରାୟଣ ରେଡ୍ଡୀ ନିର୍ବାଚିତ ହୋଇଥିବା ବେଳେ ସହ ସମ୍ପାଦକ ଭାବେ ବିଦ୍ୟାଧର ରାଉଳ ନିର୍ବାଚିତ ହୋଇଥିଲା । ସେହିପରି ବି. ତୋଟାପଲ୍ଲୀ ଶାଖା ସମ୍ପାଦକ ଭାବେ ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ