କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଲମ୍ବା ଲକଡାଉନ ଯୋଗୁଁ ଦେଶର ଅର୍ଥନୈତିକ କ୍ଷତିଭରଣା ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା କାଟ ହେବ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଅର୍ଥମନ୍ତ୍ରୀ ସୋମବାର ଖଣ୍ଡନ କରିଛନ୍ତି । ଏମିତି ଦରମା କାଟ କରିବାର କୌଣସି ବିଚାରଧୀନ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି । ଏପ୍ରିଲ ମାସରେ ଏମିତି ଏକ ଟ୍ୱିଟରେ ମନ୍ତ୍ରାଳୟ ସ୍ପଷ୍ଟ କରିଥିଲା ଯେ କେନ୍ଦ୍ର ସରକାର ପେନସନଭୋଗୀମାନଙ୍କର ପ୍ରାପ୍ୟରୁ ୨୦% କଟାଯିବା ଖବର ମଧ୍ୟ ‘ମିଛ ଓ ଭିତ୍ତିହୀନ’ । ତେଣୁ ଦରମା ବା ପେନସନ କାଟ ହେଉନଥିବା ସ୍ପଷ୍ଟ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ