କେନ୍ଦ୍ର ଗୃହମନ୍ତ୍ରୀଙ୍କ ମୁହଁରେ ଓଡ଼ିଶାର ପ୍ରଶଂସା

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମୁହଁରେ ପୁଣି ଓଡ଼ିଶାର ପ୍ରଶଂସା। ବିପର୍ଯ୍ୟୟ ମୁକାବିଲା ନେଇ ସେ କହିଛନ୍ତି, ନିକଟରେ ୩ଟି ବାତ୍ୟା ଫାଇଲିନ୍‌, ହୁଡ୍‌ହୁଡ ଓ ଫନି ବାତ୍ୟା ଆସିଥିଲା। ସେଥିରେ ୬୪ ଜଣଙ୍କ ପ୍ରାଣହାନୀ ଘଟିଛି। ୧୯୯୯ ମହାବାତ୍ୟାରେ ୧୦ ହଜାର ଜଣଙ୍କ ମୃତ୍ୟୁ ହୋଇଥିଲା। ୧୯୯୯ ସହ ନିକଟରେ ଆସିଥିବା ତିନିଟି ବାତ୍ୟା ସହ ତୁଳନା କରି ବିପର୍ଯ୍ୟୟ ମୁକାବିଲାକୁ ଶାହ ପ୍ରଶଂସା କରିଛନ୍ତି। ବିପର୍ଯ୍ୟୟ ମୁକାବିଲାରେ ଏହା ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି। ରାଜ୍ୟ ସରକାର ଜିରୋ କାଜୁଆଲିଟି ଉପରେ ଫୋକସ କରି ଆସୁଛନ୍ତି । ଫଳରେ ଜନଜୀବନ ରକ୍ଷା ପାଉଛନ୍ତି । ଓଡ଼ିଶା ସରକାରଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶ ବିଦେଶରେ ପ୍ରଶଂସା କରିଛନ୍ତି। ଫନି ସମୟରେ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ କାମକୁ ତାରିଫ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ