କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ନିଶିଥ୍ ପ୍ରାମାଣିକ ୩ ଦିନିଆ କେନ୍ଦ୍ରାପଡା ଗ୍ରସ୍ତରେ ଆସି ଶନିବାର ଏଠାରେ ପହଞ୍ଚିଥିବା ବେଳେ ରବିବାର ଶ୍ରୀ ବଳଦେବଜୀୟୁଙ୍କୁ ଦର୍ଶନ କରିବା ସହ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । କେନ୍ଦ୍ରାପଡା ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏଠାରେ ପ୍ରାକୃତିକ ବିପତ୍ତି ପ୍ରତିବର୍ଷ ଘଟୁଛି । ଫଳରେ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରିବା ସମୟରେ କିଛି ନା କିଛି ବାଧା ଆସିବା ସତ୍ତ୍ୱେ ଅଧିକାରୀମାନଙ୍କ ସହଭାଗୀତା ଓ ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଯୋଜନା ସଫଳତା ଅଗ୍ରସର ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ହେଉଛି ଯେ ସହର ଅଥବା ଗ୍ରାମାଞ୍ଚଳର ବିକାଶ ତଳସ୍ତରର ହିତାଧିକାରୀ କେନ୍ଦ୍ରୀୟ ଯୋଜନାର ସୁଫଳ ପାଆନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ପ୍ରାମାଣିକ ମତବ୍ୟକ୍ତ କରିଥିଲେ । ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଜଳ ଯୋଗାଣ,ଶିକ୍ଷା, ଉଦ୍ୟାନ କୃଷି, କ୍ରୀଡା, ଜିଲ୍ଲା ସମାଜ ମଙ୍ଗଳ, ଶିଶୁ ସୁରକ୍ଷା ବିଭାଗ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ପି.ଏମ୍ କିଷାନ, ସ୍ୱଚ୍ଛ ଭାରତ ମିଶନ୍‌, କୋଭିଡ୍ ଟୀକାକରଣ, ଜାତୀୟ କର୍ମନିଯୁକ୍ତି, ମେଗା ପାନୀୟ ଜଳ ପ୍ରକଳ୍ପ, ଜୀବିକା ମିଶନ୍‌, ସୁକନ୍ୟା ଯୋଜନା ପ୍ରଭୃତିର କାର୍ଯ୍ୟକାରିତା ଉପରେ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିଥିଲେ । କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଓ ସଠିକ୍ କାର୍ଯ୍ୟକାରିତା ଉପରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପ୍ରମୁଖଙ୍କ ସହ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ