କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ’ର ଶିଳାନ୍ୟାସ କଲେ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଆଜି ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ଏକ ଶିଳାନ୍ୟାସ ଓ ସାଧାରଣ ସଭାରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଗଜପତି ଜିଲ୍ଲା’ର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଠାରେ କେନ୍ଦ୍ର ସରକାର’ଙ୍କ ପକ୍ଷରୁ ହେବାକୁ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ’ର ଶିଳାନ୍ୟାସ କରିଥିଲେ । ଏହି ଅବସର’ରେ ଅନୁଷ୍ଠିତ ଏକ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଯୋଗଦେଇ କହିଥିଲେ ଯେ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଯେଉଁ ପର୍ଯ୍ୟନ୍ତ ଶିକ୍ଷାର ବିକାଶ ହୋଇନାହିଁ, ସେମାନେ କେବେ ଆଗକୁ ବଢ଼ି ପାରିବେ ନାହିଁ । ଏହାକୁ ଦୃଷ୍ଟିରେ ରଖି ଭାରତ’ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି’ଙ୍କ ଯୋଗୁଁ ସମଗ୍ର ଭାରତ ବର୍ଷ’ରେ ୭୦୦ ଗୋଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି। । ସେହି କ୍ରମରେ ଓଡ଼ିଶା’ରେ ମୋଟ ୮୭ ଗୋଟି ଏହି ବିଦ୍ୟାଳୟ ମଧ୍ୟରୁ ଗଜପତି ଜିଲ୍ଲା’ରେ ୪’ଟା ଏହିଭଳି ବିଦ୍ୟାଅଳୟ ପ୍ରତିଷ୍ଠା ହେବ । ଗତ କିଛିଦିନ ପୂର୍ବେ ଗୋଟିଏ ଭରଚୁଆଲ ମୋଡ଼’ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭ ଭୂମିପୂଜନ କରି ସାରିଛନ୍ତି । ଆଜି ଏହା ଗୁମ୍ମାବ୍ଲକ ପାଇଁ ଶିଳାନ୍ୟାସ ହୋଇଛି । ଆଉ ୨’ଟା ପୁଣି ଅତି ନିକଟ’ରେ ହେବ । ଏହିଭଳି ଯଦି ଉନ୍ନତ ମାନ’ର ଶିକ୍ଷା ଏଭଳି ବିଦ୍ୟାଳୟ’ରେ ଆଦିବାସୀ ଛାତ୍ରଛାତ୍ରୀ ମାନେ ସୁଯୋଗ ପାଇବେ, ତା’ହେଲେ ସେମାନଙ୍କ ବିକାଶ ହେବାସହ ସେମାନଙ୍କ ଅଞ୍ଚଳ’ର ବିକାଶ ମଧ୍ୟ ନିଶ୍ଚିତ ଭାବେ ହୋଇପାରିବ । ଏଠାରେ ପାଠ ପଢ଼ିବାର ସୁଯୋଗ ପାଉଥିବା ଛାତ୍ରଛାତ୍ରୀ ମାନେ ଭବିଷ୍ୟତ’ରେ ଇଞ୍ଜିନିୟର, ଡାକ୍ତର, ଆଇଏଏସ: ଓଏଏସ ହେବାର ସୁଯୋଗ ପାଇବେ ଏବଂ ସମ୍ପୃକ୍ତ ଅଞ୍ଚଳ’ର ବିକାଶ ଦିଗରେ ସେମାନେ ସମସ୍ତ ସହଯୋଗ କରିବାରେ ସହାୟକ ହୋଇପାରିବେ ବୋଲି କହିଥିଲେ । ଅନ୍ୟପକ୍ଷ’ରେ ଆମର ଆଇଟିଡିଏ ଅନ୍ତର୍ଭୁକ୍ତ ବ୍ଲକ ଗୁଡାକ ପାଇଁ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ’ରେ ଏ ଗୁଡାକ କରାଯିବା ସହ ଆଗରୁ ମଧ୍ୟ ଏମିତି ହୋଇଛି । ଆଦିବାସୀ ମାନଙ୍କ ଅର୍ଥନୈତିକ ବିକାଶ ପାଇଁ ଟ୍ରାଇଫାଡ ମାଧ୍ୟମ’ରେ ତାଙ୍କର ଜଙ୍ଗଲ ଜାତ ଉତ୍ପାଦିତ ସାମଗ୍ରୀ ସବୁ ଉଚିତ ମୂଲ୍ୟ’ରେ କିଭଳି ବିକ୍ରିବତା କରିପାରିବେ ଏବଂ ଥକାମୀର ଶିକାର ହେବେନାହିଁ , ତା’ର ମଧ୍ୟ ସବୁପ୍ରକାର ବ୍ୟବସ୍ଥା ଚାଲିଛି । କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବା ବେଳେ ମୋତେ ଯେଉଁ ୨ଟା ବିଭାଗ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ଦାୟିତ୍ୱ ଦିଆହୋଇଛି । ତେବେ ଦାୟିତ୍ୱ ନେବାର ୭ ଦିନ ମଧ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଜଳଜୀବନ ମିଶନ ଅନ୍ତର୍ଗତ ୩ ହଜାର ୩୨୩ କୋଟି ଟଙ୍କା ଓଡିଶା’କୁ ଦେଇଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ’ଙ୍କ ସ୍ୱପ୍ନ ଅଛି ଯେ, ୨୦୨୩ ମସିହା ସୁଦ୍ଧା ଘରେ ଘରେ ଶୁଦ୍ଧଜଳ ମିଳିବ, ଅର୍ଥାତ ଯାହାକୁ ଆମେ ହିନ୍ଦୀ’ରେ ହର ଘର ଜଲ ବୋଲି କହୁଛେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣୀ ବେହେରା , ଏଡିଏମ: ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ଏବଂ ଡିଡବ୍ଲ୍ୟୁଓ ଶ୍ରୀ ସନ୍ତୋଷ କୁମାର ରଥ ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ