କେନ୍ଦ୍ର ଜଳଶକ୍ତି ମିଶନ ସଚିବଙ୍କ ଗଞ୍ଜାମ ବ୍ଲକ ଗ୍ରସ୍ତ
ଗଞ୍ଜାମ, (ବିନୋଦ ପଲାଇ):କେନ୍ଦ୍ରଜଳ ଶକ୍ତି ମନ୍ତ୍ରାଳୟ ଓ ପରିମଳ ବିଭାଗ ସଚିବ ଭିନି ମହାଜନ ଗଞ୍ଜାମ ବ୍ଲକ ଗ୍ରସ୍ତରେ ଆସି ମଲାଡ଼ ଠାରେ ନିର୍ମାଣଧୀନ ଗଞ୍ଜାମ ବ୍ଲକ ଏବଂ କୃଷ୍ଣପସାଦ ବ୍ଲକ ପାଇଁ କଂସାରୀଗଣ୍ଡ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଥିଲେ। ପରେ ପଣିବନ୍ଧ ଠାରେ ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଵଂୟସହାୟକ ଗୋଷ୍ଠୀଦ୍ୱାରାକିପରି ପରିଚାଳନା କରାଯଉଛି ପଚାରି ବୁଝି ଥିଲେ l ତାଙ୍କର ଏହି ଗ୍ରସ୍ତ ସମୟରେ କେନ୍ଦ୍ର ସଚିବଙ୍କ ସହ ରାଜ୍ୟ ପଂଚାୟତି ରାଜ ବିଭାଗ ନିର୍ଦେଶକ (ପାନୀୟ ଜଳ )ଜିପରମେଶ୍ୱର, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ମୁଖ୍ୟ ଉର୍ନୟନ ଅଧିକାରୀ ଶ୍ରୀ କୀର୍ତିଭାସନ ପମୁଖ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଗଞ୍ଜାମ ବିଡ଼ିଓ ଜସ୍ମିନ ପ୍ରଧାନ, ମଲାଡ଼ ସରପଞ୍ଚ ମମତା ବେହେରା, ନିର୍ବାହୀ ଯନ୍ତ୍ରୀ ଇଂ ବିକାଶ ସାମଲ, ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ଦିଗାମ୍ବର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁରଥ ପ୍ରଧାନ, ମଲାଡ଼ ସମିତି ସଭ୍ୟ ପ୍ରତିନିଧି ଶ୍ରୀ ଲିଙ୍ଗରାଜ ମହାପାତ୍ର, ,ଜିପିଓ ଶ୍ରୀକାନ୍ତ ଗୌଡ଼, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଶ୍ରୀ ଶରତ ଚନ୍ଦ୍ର ସାହୁ, ସୁଦାମ ବେହେରା କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଦୀପ ମଲ୍ଲିକ , ବ୍ଲକ ଅଧିକାରୀ, ସ୍ୱଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ଥିଲେ।


