କେନ୍ଦ୍ର ବଜେଟ୍ ବିରୋଧରେ ଓ ବିକଳ୍ପ ବଜେଟ୍ ପ୍ରସ୍ତାବ ନେଇ ବାମ ଦଳର ଦେଶବ୍ୟାପୀ ଅଭିଯାନ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):କେନ୍ଦ୍ର ବଜେଟ୍ ୨୦୨୫-୨୬ ଜନସାଧାରଣଙ୍କ ଜରୁରୀ ଏବଂ ମୌଳିକ ଆବଶ୍ୟକତା ପ୍ରତି ଏକ ବିଶ୍ବାସଘାତକତା, ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ସହିତ ସଂକୁଚିତ ବଜେଟ୍। ସାଧାରଣ ମଣିଷ ପାଖରେ କ୍ରୟ ଶକ୍ତିର ଅଭାବ ହେତୁ ଅର୍ଥନୀତିରେ ଦୃଶ୍ୟମାନ ଚାହିଦା ର ସମସ୍ୟା, ବେରୋଜଗାରୀ, ମଜୁରୀ ସଙ୍କୋଚନ,କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଗ୍ରାମାଞ୍ଚଳ ବିକାଶ, ସାମାଜିକ ମଂଗଳ, ମନରେଗା ଭଳି ବିଭିନ୍ନ ସମସ୍ୟା ସମାଧାନ କରିବା ପରିବର୍ତ୍ତେ, ପୁଞ୍ଜିପତି ମାନଂକୁ ବହୁଳ ରିହାତି ମାନ ଦେବାକୁ ଉଦ୍ୟମ ହୋଇଛି ।୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ସୀମା ଫଳରେ ଏକାଂଶ ଜନଗଣକୁ ରିହାତି ଦେଇ ଜିଏସଟି ଭଳି ପରୋକ୍ଷ ଟିକସ ଦରବୃଦ୍ଧିକୁ ଆମନ୍ତ୍ରଣ କରୁଛି।ଧନୀ – ପୁଞ୍ଜିପତି ମାନଂକ ଉପରେ ଟିକସ ବସାଇ ସମ୍ବଳ ସଂଗ୍ରହ କରିବା, ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଓ ସର୍ବ ନିମ୍ନ ମଜୁରୀକୁ ସୁନିଶ୍ଚିତ କରିବା ଇତ୍ୟାଦି ପରିବର୍ତେ କେନ୍ଦ୍ର ସରକାର ଏହାର ଠିକ୍ ବିପରୀତ କାର୍ଯ୍ୟକୁ ବାଛି ନେଇଛି,ଯାହାକୁ ବାମଦଳ ପକ୍ଷରୁ ବିରୋଧ କରାଯାଇ ବିକଳ୍ପ ପ୍ରସ୍ତାବ ଦିଆଯାଇଛି।ଶହେ କୋଟିରୁ ଉର୍ଦ୍ଧ ସମ୍ପଦର ଭାରତୀୟ ମାଲିକମାନଙ୍କ ଉପରେ ୪ ପର୍ସେଣ୍ଟ ସମ୍ପଦକର ବସାଇବା ସହିତ କର୍ପୋରେଟ ଟିକସ ବୃଦ୍ଧି କରିବା,କୃଷି ଉତ୍ପାଦନ ପାଇଁ ଏମ୍ ଏସ ପି ର ଆଇନଗତ ଗ୍ୟାରେଣ୍ଟି ଦେବା, ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ମାଧ୍ୟମରେ ରାଷ୍ଟ୍ରର ସମ୍ପଦକୁ ଘରୋଇ କ୍ଷେତ୍ରକୁ ଦିଆ ନ ଯାଉ, ମନରେଗା ଯୋଜନାରେ ଅଟକଳ ୫୦ ପର୍ଶେଣ୍ଟ ବୃଦ୍ଧି କରାଯାଉ,ଜିଡିପି ର ୩ ପର୍ଷେଣ୍ଟ ସ୍ୱାସ୍ଥ୍ୟ ସେବା ଓ ୬ ପାର୍ସେଣ୍ଟ ଶିକ୍ଷା କ୍ଷେତ୍ର ପାଇଁ ଅଟକଳକୁ ସୁନିଶ୍ଚିତ କରିବା,ପିଡିଏସ କୁ ସୁଦୃଢ କରିବା ଲାଗି ବଜେଟ୍ ରେ ଖାଦ୍ୟ ସବ୍ସିଡି ବୃଦ୍ଧି କରାଯାଉ, ରାଜ୍ୟମାନଙ୍କୁ ପାଣ୍ଠି ଆବଣ୍ଟନ ପରିମାଣ ବୃଦ୍ଧି କରିବା ସହ କେନ୍ଦ୍ରୀୟ ଯୋଜନା ପାଇଁ ଅଧିକ ବ୍ୟୟ ବରାଦ ଭଳି ଗୋଟି ପ୍ରସ୍ତାବ ନେଇ ଦେଶବ୍ୟାପୀ ବାମଦଳର ଅଭିଯାନ ଚାଲିଛି।କେନ୍ଦ୍ର ବଜେଟ ଟି ଆର୍ଥିକ ବିଲ୍ ଭାବେ ସଂସଦରେ ଗୃହୀତ ହେବା ପୂର୍ବରୁ ଉପରୋକ୍ତ ପ୍ରସ୍ତାବ ଗୁଡ଼ିକୁ ବଜେଟ୍ ରେ ସନ୍ନିବେଶିତ କରିବା ପାଇଁ ବାମଦଳର ଦେଶବ୍ୟାପୀ ଫେବୃଆରୀ ୧୪ ରୁ ୨୦ ପ୍ରଚାର ଅଭିଯାନର ଅଂଶ ବିଶେଷ ଭାବେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଭାବେ ସିପିଆଇ ଓ ସିପିଏମ ତରଫରୁ ପ୍ରଚାର ଅଭିଯାନ ସଭା ସାଥୀ କାହ୍ନୁଚରଣ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସିପିଆଇ ଜିଲ୍ଲା ସଂପାଦକ ସାଥୀ ଜଗବନ୍ଧୁ ମିଶ୍ର, ସିପିଏମ ପକ୍ଷରୁ ଅମଲ ଦେ, ରଘୁନାଥ ପଣ୍ଡା ବକ୍ତବ୍ୟ ରଖି ଜମି ମିଶନ, ପାନୀୟ ଜଳ ଯୋଗାଣ, ପ୍ରତିଶୃତି ମୁତାବକ ସାମାଜିକ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ସମାନ ଭତ୍ତା ପ୍ରଦାନ ପ୍ରସଂଗ ଉତ୍ଥାପନ କରିଥିଲେ। ଏଥିରେ ସିପିଆଇ ପକ୍ଷରୁ ରଥ ସିଂ, ମହେଶ୍ୱର ବେହେରା, ସୁଭାଷିନୀ ବିନ୍ଧାଣି, ଚିତ୍ର ମଣୀ ସିଂ, ପ୍ରଫୁଲ୍ଲ ମହାନ୍ତି, ମମତା ମିଶ୍ର,ମୈନା ସିଂ, ସିପିଏମ ର ଗଙ୍ଗାଧର ସାମଲ, ମନୋରଞ୍ଜନ ପରିଡା, ଅଶୋକ ଭଞ୍ଜଦେଓ, ସୁବାସ ଚନ୍ଦ୍ର ତ୍ରିପାଠୀ, ଦାଶରଥି ରାଉତ,କୁଞଲତା ମହାନ୍ତ, ଗାୟତ୍ରୀ ମହାପାତ୍ର,ଧାନୀ ମୁର୍ମୁ,କୋଇଲି ବାସକେ,ବାହା ସିଂ,ଦୂଲାରୀ ମାରାଣ୍ଡି, ଦମୟନ୍ତୀ ମହାନ୍ତ, ଜୟନ୍ତି ମହାନ୍ତ, ପ୍ରତିମା ନାଏକ, ଲିସା ନାଏକ, ମଞ୍ଜୁଲତା ସିଂ, ସୂର୍ଯ୍ୟୁ ନାଏକ, ଚନ୍ଦ୍ରମଣି ସିଂ,କାଲୁ ଦେହୁରୀ ପ୍ରମୁଖ ସାଥୀମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ