କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଙ୍କୁ ଭବାନୀପାଟଣାରେ ସମ୍ବର୍ଦ୍ଧନା
କଳାହାଣ୍ଡି – କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଙ୍କୁ ଭବାନୀପଟଣାରେ ବିପୁଳ ସମ୍ବର୍ଦ୍ଧନା କରାଯାଇଛି । ମନ୍ତ୍ରୀ ହେବାପରେ ପ୍ରଥମ କରି କଳାହାଣ୍ଡି ଆସିଥିବାରୁ ବିଜେପି ମହଲରେ ଉତ୍ସୁକତା ଦେଖାଦେଇଥିଲା ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରେଡ଼ କ୍ରସ ଭବନରେ ବୁଦ୍ଧି ଜୀବି ମାନଙ୍କୁ ନେଇ ନାଗରିକତା ସଂଶୋଧନ ଆଇନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ନାଗରିକତା ସଂଶୋଧନ ଆଇନ କୁ ବିରୋଧ କରୁଥିବା ବ୍ୟକ୍ତି ବିଶେଷଙ୍କୁ କଡା ସମାଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ବିରୋଧୀ ଦଳ ନେତା ତଥା ଭବାନୀ ପାଟଣା ର ବିଧାୟକ ପ୍ରଦୀପ୍ତ ନାଏକ ,ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର,ଆର୍ତ୍ତତ୍ରାଣ୍ ମହାପାତ୍ର ତଥା ଜିଲ୍ଲାର ବୁଦ୍ଧି ଜୀବି ସାଧାରଣ ଜନତା, ଅଂଶ ଗ୍ରହଣ କରିଥିଲେ ।