କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ମନ୍ତବ୍ୟ ନେଇ କୁଡୁମି ସଂଗଠନର ରାଇରଙ୍ଗପୁରରେ ପ୍ରତିବାଦ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):କୁଡୁମି ସଂପ୍ରଦାୟକୁ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ଆଦିବାସୀ ତାଲିକାରୁ ବାଦ୍ ଦିଆଯାଇଥିଲା ।ଏହାକୁ ନେଇ ଚଳିତ ସେପ୍ଟେମ୍ବର ମାସ ୨୦ ତାରିଖ ଦିନ କୁଡୁମି ସମାଜ ତରଫରୁ ପୁନଃ ଆଦିବାସୀ ମାନ୍ୟତା ନେଇ ଓଡିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ରେଳଛେଙ୍କା ଅଭିଯାନ ହୋଇଥିଲା । ପୂର୍ବରୁ ମଧ୍ଯ‌ଦିର୍ଘ ବର୍ଷ ହେଲା ଗାଁରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଆନ୍ଦୋଳନ,ଧର୍ମଘଟ,ପ୍ରତିବାଦ କରିଥିଲେ ।ଏହି ଘଟଣାକୁ ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ କୁଡୁମି ସମାଜର ନେତାମାନେ ସେମାନଙ୍କ ଲୋକମାନଙ୍କୁ ଭୂଇଁ ତୁଲାଉଛନ୍ତି ଅଯଥାରେ ପଲ୍ଲୀରୁ ଦିଲ୍ଲୀ ଲୋକମାନଙ୍କୁ ନେଉଛନ୍ତି ବୋଲି କହିବାରୁ ଗୁରୁବାରଠାରୁ କୁଡୁମି ସମାଜ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ବିଭିନ୍ନ ସ୍ଥାନରେ ପ୍ରତିବାଦ କରୁଛନ୍ତି ।ଆଜି ରାଇରଙ୍ଗପୁର ବିଜୁପଟ୍ଟନାୟକ ଛକରେ କୁଡୁମି ସମାଜର ବିଭିନ୍ନ ସଂଗଠନର ଲୋକେ ଏକ ବିଶାଳ‌ଶୋଭାଯାତ୍ରାରେ‌ ଆସିଏକାଠି ହୋଇ ଏକ ପ୍ରତିବାଦ ଜଣାଇବା ସହ କେନ୍ଦ୍ର ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।ଇଂ ବିଶେଶ୍ୱର ଟୁଡୁ ସେମାନଙ୍କ ଗଣ ଆନ।ଦୋଳନକୁ ତାତ୍ସଲ୍ୟ କରିବା ଉଚିତ ନୁହେଁ । ସେମାନେ ଦୟାର ପାତ୍ର ନୁହନ୍ତି । ସେମାନଙ୍କ ର ଅଧିକାରକୁ ପୁନଃ ମାନ୍ୟତା ପ୍ରଦାନ କେବଳ ଏକମାତ୍ର ଦାବି ।ଯେତେ ବାଧାବିଘ୍ନ ଆସିଲେ ମଧ୍ୟ କୁଡୁମି ସଂଗଠନ ଗୋଟିଏ ଛାତ ତଳେ ରହି ନିଜର ହକ ପାଇଁ ଲଢିବ ପଛଘୁଞ୍ଚା ଦେବନାହିଁ ବୋଲି ନେତୃବୃନ୍ଦ କହିଥିଲେ । ଏହି ପ୍ରତିବାଦ ସଭାରେ କୁଡୁମି ସମାଜର ବିଶିଷ୍ଟ ନେତୃବୃନ୍ଦ ଦିଗବିଜୟ ମହାନ୍ତ,ନିର୍ମଳ ମହାନ୍ତ, ପୂର୍ଣ୍ଣିମା ମହାନ୍ତ,ଫାଣ୍ଟୁଷ ମହାନ୍ତ,ଲାଲମୋହନ ମହାନ୍ତ,ସବିତା ମହାନ୍ତ,ବିକାଶ ମହାନ୍ତି,ଆଶିଷ ମହାନ୍ତଏବଂ ଅନ୍ୟମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ