କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ବନୀ କୁମାର ଚୌବେଙ୍କ ଦୁଇ ଦିନିଆ ବାଲେଶ୍ଵର ଗସ୍ତ
ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରଧାନମନ୍ତ୍ରୀଙ୍କ ବହୁ ଚର୍ଚ୍ଚିତ କାର୍ଜ୍ୟକ୍ରମ “ମୋ ମାଟି ମୋ ଦେଶ”ର କାର୍ଜ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିବା ପାଇଁ ଆସନ୍ତା କାଲି ଅପରାହ୍ନ ବାଲେଶ୍ଵର ସର୍କିଟ ହାଉସଠାରେ ପହଞ୍ଚିବେ। ସେଠାରେ ଏଫସିଆଇ ଓ ଜଙ୍ଗଲ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା ସାରି ଚାନ୍ଦିପୁର ଡିଆରଡିଓ ଗେଷ୍ଟ ହାଉସରେ ରାତ୍ରି ଯାପନ କରିବେ। ପର ଦିନ ୨୦ ତାରିଖ ଫକୀର ମୋହନ ବିଶ୍ବବିଦ୍ୟାଳୟରେ “ମୋ ମାଟି ମୋ ଦେଶ” ମେଗା ଇଭେଣ୍ଟରେ ୧୧ ସମୟରେ ଯୋଗଦାନ କରିବେ, ତତପଶ୍ଚାତ୍ ଦିନ ୪ଟା ସମୟରେ ନିଳଗିରି ଠାରେ “ମୋ ମାଟି ମୋ ଦେଶ” ମେଗା ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ। ଏହାପରେ ଅପରାହ୍ନ ଚାରିଟା ସମୟରେ ଫେରିଯିବାର ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମ ଦ୍ଵୟରେ ଜନସାଧାରଣଙ୍କୁ ବିପୁଳ ସଂଖ୍ୟାରେ ଯୋଗଦାନ କରିବା ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିବେଦନ କରିଛନ୍ତି।