କେନ୍ଦ୍ର ସରକାରଙ୍କ କଳାଶ୍ରମ ଆଇନ ବିରୁଦ୍ଧରେ ସମାବେଶ

ଛତ୍ରପୁର, (ଦେବଦତ୍ତ ମହାରଣା) :-କେନ୍ଦ୍ର ସରକାରଙ୍କ କଳାଶ୍ରମ ଆଇନ ବିରୁଦ୍ଧରେ ଏଆଇଟିୟୁସି ଓ ବିଭିନ୍ନ ସଂଗଠନ ପକ୍ଷରୁ ମଇ ୧ ବିଶ୍ୱ ଶ୍ରମିକ ଦିବସ ଅବସରରେ ସ୍ଥାନୀୟ ବଡ ବଜାର ଛକ ଠାରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣାନୀତିକୁ କଡା ସମାଲୋଚନା କରିଛନ୍ତି ଶ୍ରମିକନେତା ଓ କର୍ମି ମାନେ । ସମାଜର ଉନ୍ନତି ଓ ନିର୍ମାଣରେ ଶ୍ରମିକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୁର୍ଣ୍ଣ । ମାତ୍ର ଶ୍ରମିକ ମାନଙ୍କୁ ଅଣଦେଖା କରାଯାଉଛି । ଯାହା ଫଳରେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଶ୍ରମିକ ମାନଙ୍କ ସ୍ୱାର୍ଥ ନିମନ୍ତେ ଏହି ଲଢେଇ ଜାରି ରହିବ । ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ମଧ୍ୟ ନେତା ଓ କର୍ମୀ ମାନେ ଆଲୋକପାତ କରିଥିଲେ । ଆଇନଜିବୀ ଡି. ଆଦିନାରାୟଣ ରେଡ୍ଡୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଏଆଇଟିୟୁସି ରାଜ୍ୟ ନେତା ଏନ.ନାରାୟଣ ରେଡ୍ଡୀ, ଜିଲ୍ଲାନେତା ନୀଳକଣ୍ଠ ଦାଶ, ଛତ୍ରପୁର ସିପିଆଇ ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ଗୁରୁନାଥ ପ୍ରଧାନ, ଡାକ୍ତର ଦୁର୍ଯ୍ୟଧନ ପ୍ରଧାନ, ଶ୍ରମିକ ନେତା ଦୁର୍ଯ୍ୟଧନ ନାହାକ, ଏସ.ତ୍ରିନାଥ ରେଡ୍ଡୀ, ଛତ୍ରପୁର ଉଠାଦୋକାନୀ ସଂଘର ଇଜୁଆମିନ ଖାନ୍‌, ଋଷିକୂଲ୍ୟା ରୟତ ମହାସଭା ସମ୍ପାଦକ ସିମାଞ୍ଚଳ ନାହାକ, କେ.ଗଣେଶ ରେଡ୍ଡୀଙ୍କ ବହୁ ଗଂଜାମ ସ୍ଥିତ ଗ୍ରାସିମ କେମିକାଲ ଶ୍ରମିକ ସଂଘ , ଟାଟା ୱାର୍କସ୍ ୟୁନିୟନ (ଗୋପାଳପୁର), ଛତ୍ରପୁର ଉଠା ଦୋକାନୀ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶ୍ରମିକ ମାନଙ୍କ ହକ୍ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ