କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ସର୍ବ ଭାରତୀୟ ପ୍ରତିବାଦ ସଭା 

ଛତ୍ରପୁର, (ଦେବଦତ୍ତ ମହାରଣା) : କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ, ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ନିତିକୁ ବିରୋଧ କରି ସର୍ବ ଭାରତୀୟ ପ୍ରତିବାଦ ଦିବସ ଅବସରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୈନିକ ଶ୍ରମ ଦିବସ ୮ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା ନିଷ୍ପତ୍ତିକୁ ପ୍ରତ୍ୟାହାର କର, ସମସ୍ତଙ୍କ ପାଇଁ ମାଗାଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଅ, ରାଷ୍ଟ୍ରୀୟ ସମ୍ପତ୍ତିକୁ ବିକ୍ରି କରିବା ବନ୍ଦ କର,ଗୋପାଳପୁର ପୋର୍ଟରେ ତାଲିକାଭୁକ୍ତ ଶ୍ରମିକଙ୍କୁ ତୁରନ୍ତ କାମ ଯୋଗାଇ ଦିଅ, କୃଷକ କଳା ବିଲ୍ ବାତିଲ କର ଏବଂ ସଂଶୋଧିତ ଶ୍ରମ ଆଇନକୁ ପ୍ରତ୍ୟାହାର କରିବା ପ୍ରମୁଖ ଦାବି ଗୁଡିକୁ ନେଇ ଶ୍ରମିକ ସଂଗଠନମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସ୍ୱର ଉଠାଇଥିଲେ । ଏହି ବିକ୍ଷୋଭରେ ଏଚ୍ ‌ଏମ୍ ‌ଏସ୍ ସଂଗଠନର ରାଜ୍ୟ ସଂପାଦକ ରାଜେନ୍ଦ୍ର କୁମାର ଦାଶ, କଳିଙ୍ଗ ପୋର୍ଟ ୱାର୍କର୍ସ ୟୁନିୟନ୍ ସଭାପତି ଅଶୋକ କୁମାର ଚୌଧୂରୀ, ଗୋପାଳପୁର ପୋର୍ଟ ମଜଦୂର ସଂଘର ସଭାପତି କେ.ଏଲେୟା, ଗୋପାଳପୁର ପୋର୍ଟ ଡକ୍ ୱାର୍କର୍ସ ୟୁନିୟନ୍ ସଭାପତି ତଥା ଆଈ ଏନଟିୟୁସି ନେତା ଜି.ଏରେୟା, ଗୋପାଳପୁର ପୋର୍ଟ ସୁପରଭାଇଜର ଏଣ୍ଡ୍ ୱାର୍କର୍ସ ୟୁନିୟନ୍ ସଂପାଦକ କେଶବ ନାହାକ, ବି.ବୈରାଗୀ, ଏଆଇଟିୟୁସି ନେତା ଦୁର୍ଯ୍ୟୋଧନ ନାହାକ ଓ ସିଏଚ୍‌.ଜନାର୍ଦ୍ଦନ ରେଡ୍ଡୀ, ଦଳିତ ସହାୟକ ପ୍ରତିଷ୍ଟାନ ସହାୟକର ସଭାପତି କାଳୁ ଚରଣ ନାୟକଙ୍କ ସମେତ ବହୁ କେନ୍ଦ୍ରୀୟ ଶ୍ରମିକ ସଂଗଠନର କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ