କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ମାରଣ ନୀତି ବିରୋଧରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ବନ୍ଦ ଡାକରା ଆହ୍ବାନକ୍ରମେ ବାମନଘାଟି ଓ ପଞ୍ଚପିଢ଼ ଉପଖଣ୍ଡରେ ବନ୍ଦ ସଫଳ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ସମଗ୍ର ଭାରତବର୍ଷର କୃଷି ଓ କୃଷକଙ୍କୁ କର୍ପୋରେଟ ଦଲାଲଙ୍କ କବଜାରେ ଟେକି ଦେବାପାଇଁ କୃଷି ନୀତିକୁ ତରବରିଆ ଭାଵେ ସରକାର ପାରିତ କରାଇଛନ୍ତି । ଏହାକୁ ବିରୋଧ କରି ଦିର୍ଘ ୧୨ ଦିନ ହେଲା ୪୦ ଗୋଟି କୃଷକ ସଂଗଠନ ପ୍ରବଳ ହାଡ ଭଙ୍ଗାଶୀତରେ ଦିଲ୍ଲୀରେ ଧାରଣାରେ ବସିଛନ୍ତି ।ସେହି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି କେନ୍ଦ୍ର ସରକାରଙ୍କ ଚାଷୀ ଓ ଚାଷ ମାରଣ ବିପଦଜନକ ନୀତି ବିରୋଧରେ ଡିସେମ୍ବର ୮ଭାରତ ବନ୍ଦ ଡାକରା ଦେଇଥିଲା ।ଏହାକୁ ମଧ୍ୟ ୧୮ଟି ରାଜନୈତିକ ଦଳ,୧୦ଟି ଶ୍ରମିକ ସଂଗଠନ, ବ୍ଯାଙ୍କ ସଂଘ ମଧ୍ଯ ହମର୍ଥନ ଜଣାଇଛି ।ଏହି ଆଇନ ଦ୍ବାରା ଅତ୍ଯାବଶ୍ଯକ ସାମଗ୍ରୀ ଆଇନ ରେ ସଂଶୋଧନ ଆଣିବା ଫଳରେ ଦେଶରେ ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ଓ କର୍ପୋରେଟ ଲୁଟ ବଢ଼ି ଚାଲିଥିବା ଯୋଗୁଁ ଲୋକେ ଆର୍ଥିକ ଅନାଟନ ଦେଇ ଗତି କରିବା ସହ ଡ଼ହଳ ବିକଳ ହେଉଛନ୍ତି ।ଏହି ବନ୍ଦକୁ ମୟୂରଭଞ୍ଜ ଜିଲ୍ଲାର ସବୁକୋଣେ ଅନୁକୋଣେ ସ୍ବତପ୍ରବୃତ୍ତଭାବେ ବିପୁଳ ସମର୍ଥନ ମିଳିଛି ।ରାଇରଙ୍ଗପୁରରେ ବ୍ଯାଙ୍କ,ବାଣିଜ୍ୟ ପ୍ରତିଷ୍ଠାନ ସବୁ ବନ୍ଦ ଥିଲା ।ରାଇରଙ୍ଗପୁରେରେ ପୂର୍ବତନ କଂଗ୍ରେସ ବିଧାୟକ ଶ୍ଯାମ ଚରଣ ହାଁସଦା,ଵସନ୍ତ ପଟ୍ଟନାୟକ, ବାବୁ ମହାନ୍ତି, ଟୁଟୁ ମହାନ୍ତି,ଅଶୋକ ଦାସ,ଭଜ ମହାନ୍ତ ପ୍ରମୁଖ ,ଝାଡ଼ଖଣ୍ଡ ମୁକ୍ତି ମୋର୍ଚାର ସୁନିଲ ମାଝି,ସାଲୁ କିସ୍କୁ ,ଏସୟୁସିଆଇ ମୋଙ୍ଗିଲାଲ ନେତାମାନେ ବନ୍ଦର ନେତୃତ୍ବ ନେଇଥିଲେ ।ସେହିଭଳି ତିରିଂ ରେ ସିପିଆଇ ନେତା ତ୍ରିନାଥ ପାତ୍ର,ଝାଡଖଣ୍ଡ ମୁକ୍ତି ମୋର୍ଚାର ବୁତୃ ମଣ୍ଡଳ ପ୍ରମୁଖ ନେତୃତ୍ବ ନେଇଥିଲେ ।ଯଶିପୁରରେ ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକଙ୍କ ନେତୃତ୍ବରେ ବନ୍ଦ ସଂପୂର୍ଣ୍ଣ ଭାବେ ଶାନ୍ତି ଶୃଙ୍ଖଳାର ସହ ସଫଳ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ