କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବାତିଲ ଦାବିରେ ଗଜପତିରେ କୃଷକ-ଶ୍ରମିକଙ୍କ ପ୍ୟାରେଡ୍ ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କୃଷକ ବିରୋଧି କେନ୍ଦ୍ର କୃଷି ଆଇନ୍‌କୁ ବାତିଲ କରିବା ଦାବିରେ ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନକୁ ସମର୍ଥନ ଦେବା ପାଇଁ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଆଜି କୃଷକ-ଶ୍ରମିକଙ୍କ ପ୍ୟାରେଡ୍ ଅଭିଯାନ କରାଯାଇଛି । ସଂଯୁକ୍ତ କୃଷକ ମୋର୍ଚ୍ଚା, ଓଡିଶା ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତିର ଡାକରାରେ ଶତାଧିକ କୃଷକ-ଶ୍ରମିକ ଜାତୀୟ ପତାକା ଧରି କୃଷି ଓ କୃଷକର ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଘୋଷିତ କୃଷି ନୀତିକୁ ବିରୋଧ କରି ପ୍ୟାରେଡ୍ ଦ୍ୱାରା ପାରଳାଖେମୁଣ୍ଡି ସହର ପରିକ୍ରମା କରି ସ୍ଥାନୀୟ ସିପିଏମ୍ ଅଫିସ୍‌ରେ ଏକ ସାଧାରଣ ବୈଠକରେ ସମସ୍ତେ ଏକତ୍ରିତ ହୋଇଥିଲେ । ଏହି ପ୍ୟାରେଡ୍‌କୁ ଗଜପତି ଜିଲ୍ଲା ସିପିଏମ୍‌, ସିପିଆଇ(ଏମ୍‌), ସିପିଆଇ(ଏଲ୍‌),କେଏମ୍‌ଏସ୍‌, ଆମ୍‌ଆଦ୍‌ମୀ ପାର୍ଟି ତରଫରୁ ଜୋନ୍ନା ସୁବାଷ ଚନ୍ଦ୍ର ରାଓ,ଦଣ୍ଡପାଣି ରଇତ,ଡି.ଭେଙ୍କେଟ ରାଓ,ଶିଶିରକାନ୍ତ ଭଞ୍ଜଦେଓ,କେଦାର ନାଥ ଶବର,କେ.ମୀନାରାଓ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ