କେନ୍ଦ୍ର ସରକାରଙ୍କ ଚାଉଳ କାଟିବା ପ୍ରତିବାଦରେ ବିଭିନ୍ନ ପଞ୍ଚାୟତରେ ବିଜେଡି ପକ୍ଷରୁ ପ୍ରତିବାଦ ଓ ଧାରଣା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦ୍ର ସରକାର ଗରିବ ଲୋକଙ୍କ ୫କିଲୋ ଚାଉଳ କାଟିବାର ପ୍ରତିବାଦ କରି ଆଜି ହାଟଡିହି ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ଧାରଣା ଓ ପ୍ରତିବାଦ କରାଯାଇଥିଲା । ଶାସଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶତାଧିକ ବିଜେଡି କର୍ମୀ ଧାରଣାରେ ବସି ଏହାର ପ୍ରତିବାଦ କରିଥିବାବେଳେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଶାସଙ୍ଗ ପଞ୍ଚାତର ସରପଞ୍ଚ ମଧୁମୀତା ସ୍ୱାଇଁ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତି ବିରୁଦ୍ଧରେ କଡା ଭର୍ତ୍ସନା କରିଥିଲେ । କେନ୍ଦ୍ର ସରକାର ଏପରି କରି ଗରିବ ଲୋକଙ୍କ ପେଟକୁ ନାତ ମାରୁଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ସାହୁ, ସୁଧାଶୁଂ ଶେଖର ବିଶ୍ୱାଳ, ସୁବୋଧ ଆୟଚ, ବସନ୍ତ ବେହେରା, ରବିନ୍ଦ୍ର ସ୍ୱାଇଁ, ପ୍ରତାପ ଘଡେଇ, ମକରଧ୍ୱଜ ଯେନା, ସନାତନ ନାୟକ, ମିଲନ ସୁବୁଦ୍ଧି, ମଦନ ମୋହନ ସାହୁ, ରଞ୍ଜିତ ବିଶ୍ୱାଳ, ରାଜକିଶୋର ବେହେରା, ଚୈତନ ପୁହାଣ, ରାଜା ବେହେରା, ଅମରବର ସା, ସୁଦାମ ସେଠୀଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ । ସେହିପରି ହାଟଡିହି ପଞ୍ଚାୟତରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବ୍ଲକ ଯୁବ ବିଜେଡି ସଭାପତି ତଥା ସରପଞ୍ଚ ଚିନ୍ମୟ ନାୟକ, କାମପାଳ ନାୟକ, ଶାନ୍ତନୁ ନାୟକ, ବାଇଧର ଦାସ, ତୈଲୋକ୍ୟନାଥ ସାହୁ, ମିନତୀ ନାୟକ, ମନୋରମା ନାୟକ, ଗୀତାଞ୍ଜଳୀ ରାଉତ, ସବିତା ସେଠୀ, ହେମଲତା ମୁଦୁଲି, ନିରୁପମା ଜେନା, ରେବତୀ ଦଳେଇ, କଳ୍ପନା ମହଲା, ଭାନୁମତୀ ଜେନା, ଦମୟନ୍ତୀ ଜେନା, ସାବିତ୍ରୀ ସାହୁ, ଜୟନ୍ତୀ ସାହୁ, ଜୟନ୍ତୀ ମହାନ୍ତ, ରାଜଲକ୍ଷ୍ମୀ ନାହାକ, ଅହଲ୍ୟା ପେରେଇଙ୍କ ସମେତ ଶତାଧିକ ମହିଳା ସାମିଲ ହୋଇଥିଲେ । ସେହିପରି ଇଞ୍ଚୋଳ ପଞ୍ଚାୟତରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବ୍ଲକ ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ତଥା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସରପଞ୍ଚ ସଶ୍ମିତା ମହାପାତ୍ର, ବିଜୟ ମହାପାତ୍ର, ଅଭିମନ୍ୟୁ ସେଠୀ ପ୍ରମଖ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବିରୁଦ୍ଧରେ ବିଶ୍ୱେଦାଗାର କରିଥିଲେ । ଏଥିରେ ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ । ସେହିପରି ବଡରମ୍ପାସ ପଞ୍ଚାୟତରେ ସରପଞ୍ଚ ରବିନ୍ଦ୍ର କୁମାର ଜେନାଙ୍କ ନେତତ୍ୱରେ ଶତାଧିକ ବିଜେଡି କର୍ମୀମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହର କରନ୍ତୁ ବୋଲି ଦାବି କରିଥିଲେ । ଆସନ୍ତାକାଲି ବ୍ଲକ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରାଯିବ ବୋଲି ବିଧାୟକ ସୁଚନା ଦେଇଛନ୍ତି ।