କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ସ୍ୱାଗତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଜାମ୍ମୁ କାଶ୍ମୀରରୁ ଭାରତର ସମ୍ବିଧାନର ୩୭୦ ଓ ୩୫ ଏ ଧାରାର ଉଚ୍ଛେଦ ପାଇଁ କେନ୍ଦ୍ରର ବିଜେପି ସରକାରଙ୍କୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସ୍ୱାଗତ କରିଛି । ନ୍ୟାସନାଲ କନ୍ଫରେନ୍ସ ପିଡ଼ିପି ଇତ୍ୟାଦି ରାଜନୈତିକ ଦଳ ଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଜାମ୍ମୁ କାଶ୍ମୀରବାସୀ ଭାରତୀୟ ମହାସ୍ରୋତରେ ସାମିଲ୍ ହେବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ଜାମ୍ମୁ କାଶ୍ମ୍ୀରବାସୀଙ୍କୁ ନିବେଦନ କରିଛି । ସମଗ୍ର ଭାରତବର୍ଷରେ ସଂଖ୍ୟାଲଘୁ ସୁମଲମାନ, ଖ୍ରୀଷ୍ଟିଆନମାନଙ୍କୁ ଧନ, ଜୀବନ ମର୍ଯ୍ୟାଦାର ଓ ମାନବିକ ଅଧିକାର, ବ୍ୟକ୍ତିଗତ ଅଧିକାର, ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ଓ ନିରାପତ୍ତା ରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବା ପାଇଁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ଉଦ୍ୟମ ଜାରି ରଖିବ ବୋଲି ସଭାପତି ରମେଶ ରାଉତ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି ।