କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ ନିଷ୍ପତ୍ତି

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ବିକ୍ଷୋଭ ପାଇଁ ଫେବୃଆରୀ ୧୪ ତାରିଖ ଦିନ ବ୍ଲକ ସଭାପତି ମଦନ ଗୋପାଳ ଦୋରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ ପ୍ରକାରେ ବ୍ଲକ୍ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରି, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, କେ.ନୀଳମାଧବ ଆଚାରି, ସାଂସଦ ପ୍ରତିନିଧି କବିରାଜ ଗୌଡ଼, କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ଦଳୀୟ କର୍ମକର୍ତ୍ତା ଏବଂ ସକ୍ରିୟ କର୍ମୀ ବୃନ୍ଦ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠିତ ଉକ୍ତ ବୈଠକରେ କେନ୍ଦ୍ର ସରକାର ପ୍ରଧାମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ କରିବା, ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ ହ୍ରାସ କରିବା, ଚଳିତ ବଜେଟରେ କେନ୍ଦ୍ର ସରକାରଙ୍କ ଶସ୍ୟ କିଣା ପାଣ୍ଠି ୨୦ ହଜାର କୋଟି ଟଙ୍କା ହ୍ରାସ କରିବା ପ୍ରସଙ୍ଗ ଉପରେ ଦଳ ପକ୍ଷରୁ ବିରୋଧ କରାଯାଇଥିଲା। ଲୋକଙ୍କ ହକ୍ ଅଧିକାର ପାଇଁ ଫେବୃଆରୀ ୧୫ ତାରିଖ ଦିନ ପଞ୍ଚାୟତ ସମ୍ମୁଖରେ ଓ ୧୬ ତାରିଖ ଦିନ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ