କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଜାନୁଆରୀ ପହିଲାରୁ ୪% ମହଙ୍ଗାଭତା ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ଲାଗି ୪ପ୍ରତିଶତ ଅତିରିକ୍ତ ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନ ଭୋଗୀଙ୍କ ପାଇଁମହଙ୍ଗା ଦର ସହାୟତା (ଡିଏଲ)ରେ ଏହିବୃଦ୍ଧି ଗତ ଜାନୁଆରୀ ପହିଲାଠାରୁ ପିଛିଲା ଭାବେ ଲାଗୁହେବ । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ବର୍ତମାନର ୧୭ ପ୍ରତିଶତ ମହଙ୍ଗା ଭତାରେ ଆହୁରି ୪ ପ୍ରତିଶତବୃଦ୍ଧି ପାଇଁ କ୍ୟାବିନେଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଡିଏ ଓ ଡିଏଲରେ ଏହି ବୃଦ୍ଧି ଫଳରେ ରାଜକୋଷ ଉପରେ ବାର୍ଷିକ ୧୨,୫୧୦.୦୪ କୋଟିଟଙ୍କାର ଆର୍ଥିକ ବୋଝ ପଡ଼ିବ ଏବଂ ୨୦୨୦-୨୧ ବର୍ଷରେ ଏଥି ପାଇଁ ମୋଟ ୧୪,୫୯୫.୦୪ କୋଟି ଟଙ୍କା ବ୍ୟୟ କରାଯିବ (ଜାନୁଆରୀ, ୨୦୨୦ ଠାରୁଫେବୃଆରୀ, ୨୦୨୧ ପର୍ଯ୍ୟନ୍ତ ୧୪ ମାସର ଅବଧି ଲାଗି) । ଏହାଦ୍ୱାରା ୪୮.୩୪ ଲକ୍ଷ କର୍ମଚାରୀ ଏବଂ ୬୫.୨୬ ଲକ୍ଷ ପେନସନ ଭୋଗୀ ଲାଭାନ୍ୱିତ ହେବେ । ଏହି ବୃଦ୍ଧି ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ଅନୁମୋଦିତ ନିୟମ ଅନୁଯାୟୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ