କେନ୍ଦ୍ର ସରକାର ଜାରୀ କଲେ ସୁଶାସକ ସୁଚକାଙ୍କ

(ଦିପ୍ତୀି ) , ଦ୍ୱିତୀୟ ଥର ପାଇଁ ପ୍ରଧାନ ମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦୀ ପ୍ରଶାସନିକ ସ୍ତରଠାରୁ ଆରମ୍ଭ କରି ଭାରତୀୟ ସମ୍ବିଧାନରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ଯାହାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚାରେ ଅଛନ୍ତି ମୋଦୀ । ଏହି କ୍ରମରେ ଭାରତର ପୁର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ପାଜୋପୟୀଙ୍କ ଜନ୍ମଦିନକୁ ସାରା ଦେଶ ସୁଶାସନ ଦିବସ ରୁପେ ପାଳନ କରିଥାଏ । କିଭଳି ଭାବେ ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା ଆସିବା ସହିତ ପ୍ରଶାସନିକ ଅଧିକାରୀ ସାଧାରଣ ଲୋକମାନଙ୍କର ଆସ୍ଥା ଭାଜନ ହୋଇପାରିବେ ସେଥିପାଇଁ ଏହି ଦିନକୁ ସୁଶାସନ ଦିବସ ରୁପେ ପାଳନ କରାଯାଇଥାଏ । ଚଳିତ ବର୍ଷରେ ଶୁସାସନ ଦିବସରେ ନୂଆ କରି ସୁଶାସନ ସୁଚକାଙ୍କ ଜାରୀ କରିଛନ୍ତି କେନ୍ଦ୍ର ସରକାର ।ଏହି ତାଲିକାରେ ତାମିଲନାଡୁ ପ୍ରଥମ ସ୍ଥାନରେ ଥିବାବେଳେ ମହାରଷ୍ଟ୍ର ଦ୍ୱିତୀୟ ଓ କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହିଛି । ତେବେ ଓଡିଶା ଏହି ତଲିକାର ୧୪ତମ ସ୍ଥାନରେ ରହିଛି । ଏହା ସହିତ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏହି ତାଲିକାକୁ ୩ ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକତ ହେଲା ବଡ ରାଜ୍ୟ , ଉତ୍ତରପୁର୍ବ ରାଜ୍ୟ ଓ କେନ୍ଦ୍ର ଶାସିତଞ୍ଚଳ । ଉତ୍ତରପୁର୍ବ ରାଜ୍ୟ ମାନଙ୍କ ମଧ୍ୟରେ ହିମାଚଳ ପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱୀତିୟ ସ୍ଥାନରେ ଉତ୍ତରାଖଣ୍ଡ ଓ ତୃତୀୟ ସ୍ଥାନରେ ତ୍ରୀପୁରା । ତେବେ ଏହି ବର୍ବର ଶେଷ ସ୍ଥାନରେ ରହିଛି ଅରୁଣାଚଳ ପ୍ରଦେଶ । ଏହା ସହ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ପୁଦୁଚେରୀ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ଚଣ୍ଡିିଗଡ ଓ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । କୃଷି କ୍ଷେତ୍ର ଓ ବଡ ରାଜ୍ୟ ମନଙ୍କରେ ମଧ୍ୟ ପ୍ରଦେଶ ପ୍ରଥମ ସ୍ଥାନରେ ରାଜସ୍ଥାନ ଦ୍ୱିତୀୟ ଓ ଛତିଶଗଡ ତୃତୀୟ ସ୍ଥାନରେ ରହିଛି । ମାନବସମ୍ବଳ କ୍ଷେତ୍ରରେ ଗୋଆ ପ୍ରଥମ ସ୍ଥାନରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ