କେଫ୍ୟୁ ପକ୍ଷରୁ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ ସଚେତନ ବାର୍ତ୍ତା

ଥୁଆମୁଳ ରାମପୁର,(ରଥ ଦୁରିଆ):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତ ଅନ୍ତର୍ଗତ ବଡଟିକ୍ରା ଗ୍ରାମରେ ଆଜି ବିଶ୍ଵ ବନ୍ୟପ୍ରାଣୀ ଦିବସ ସଚେତନ ବାର୍ତ୍ତା କଳାହାଣ୍ଡି ଏଜେନ୍ସୀ ଫର୍ ଏନଭର୍ମେଣ୍ଟ ପକ୍ଷରୁ ପାଳନ କରାଯାଇଛି । କଳାହାଣ୍ଡି ଏଜେନ୍ସି ଫର୍ ଏନଭର୍ମେଣ୍ଟ ଦୀର୍ଘ ୧୭ ବର୍ଷ ହେବ ଏନଭରର୍ମେଣ୍ଟ୍ ଉପରେ ଲୋକଙ୍କୁ ସଚେତନ କରି ଆସୁଚି । କେଫ୍ୟୁ ଜଙ୍ଗଲ ଓ ବନ୍ୟପ୍ରାଣୀ ଙ୍କୁ କେମିତି ସୁରକ୍ଷା ଦେବେ ସେ ନେଇ ପ୍ରତି ବର୍ଷ ଗ୍ରାମ ଗ୍ରାମ ବୁଲି ସଚେତନ ବାର୍ତ୍ତା ଦେଇଥାଏ । ପ୍ରତି ବର୍ଷ ଭଲି ଏ ବର୍ଷ ମଧ୍ୟ ବଡଟିକ୍ରା ଗ୍ରାମ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଚେତନ ବାର୍ତ୍ତା ଦେବା ପାଇଁ କର୍ଲା ପାଟ ରେଞ୍ଜ ର ବନାଧିକାରୀ ଉମାକାନ୍ତ ପାଣିଗ୍ରାହୀ, ଲଳିତ ନାଏକ, ସମାଜ ସେବୀ ଧୋବା ସାହୁ ବଡଟିକ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ପ୍ରକୃତି ବନ୍ଧୁ କେଫ୍ୟୁ ର ପ୍ରତିଷ୍ଠାତା ଡୋଳାମଣି ସାହୁ, ସମାଜ ସେବୀ ରଥ ଦୁରୀଆ, ଗ୍ରାମ ର ସଂୟ ସହାୟକ ଗୋଷ୍ଠୀ ଯୋଗ ଦେଇ ଜଙ୍ଗଲ ପରିବେଶ ବନ୍ୟପ୍ରାଣୀ କେମିତି ସୁରକ୍ଷିତ ରହିବେ ସେ ଦିଗରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ଗ୍ରାମ ର ଲୋକ ମାନଙ୍କୁ ବନାଧିକାରୀ ଏବଂ ଉପସ୍ଥିତ ଅତିଥି ମାନେ ଅନୁରୋଧ କରିଥିଲେ । ଶେଷରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଓ ଗ୍ରାମ ର ଲୋକମାନଙ୍କୁ ସମସ୍ତଙ୍କୁ ପ୍ରକୃତି ବନ୍ଧୁ ଡୋଳାମଣି ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ