କେବଳ ଡିଗ୍ରୀ ପଛରେ ଗଡ଼ାଉଥିବାରୁ ଛାତ୍ର ଛାତ୍ରୀଙ୍କ ବୌଦ୍ଧିକ ବିକାଶ ଘଟୁ ନାହିଁ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ସାମ୍ପ୍ରତିକ ସମୟରେ ଅଧିକାଂଶ ଛାତ୍ରଛାତ୍ରୀ ମାନେ କଳେବଳେ ଅଧିକ ମାର୍କ ରଖିବା ସହିତ କେବଳ ଡିଗ୍ରୀ ହାସଲ କରିବା ପଛରେ ଗଡ଼ାଇଛନ୍ତି. ଏଣୁ ଅଧିକାଂଶ ଯୁବକ ଯୁବତୀ ଙ୍କ ଭିତରେ ବୌଦ୍ଧିକ ବିକାଶ ଘଟିବାର ଦେଖା ଯାଉନାହିଁ. ଏକ ସର୍ଭେ ଅନୁସାରେ ବିଭିନ୍ନ ଡିଗ୍ରୀ ସେର୍ଟିଫିକେଟ ଧାରୀଙ୍କ ମଧ୍ୟରୁ ମାତ୍ର ଶତକଡା ୩୦ ଭାଗଙ୍କ ପାଖରେ ପ୍ରକୃତ ଯୋଗ୍ୟତା ଥାଏ. ଏଣୁ ସମାଜରେ ନୈତିକତା ର ସ୍ଖଳନ ଘଟୁଛି ବୋଲି ଚିନ୍ମୟ ମିଶନ ନୋଏଡା ଉତ୍ତର ପ୍ରଦେଶର ଆଚାର୍ଯ୍ୟ ସ୍ୱାମୀ ଚିଦ୍ରୁପାନନ୍ଦ ସରସ୍ବତୀ ଆଜି ସ୍ଥାନୀୟ ମହାରାଜପୁର ସ୍ଥିତ ମୟୁରଭଞ୍ଜ ଏକାଉଣ୍ଟେନ୍ସି ଏଣ୍ଡ ମେନେଜମେଣ୍ଟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଦନ ଦେଇ କହିଛନ୍ତି. ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ, ଉଦଳା ଚିନ୍ମୟ ମିଶନ ଆଚାର୍ଯ୍ୟ ବ୍ରହ୍ମଚାରୀ ଅଚୁତ୍ୟ ଚୈତନ୍ୟ, ବ୍ରହ୍ମଚାରୀ ଅନିକେତ ଚୈତନ୍ୟ, ଚିନ୍ମୟ ମିଶନ ବାରିପଦାର ସମ୍ପାଦକ ଅଜିତ ବେହେରା, ଚିନ୍ମୟ ଯୁବ କେନ୍ଦ୍ରର ସଭାପତି ସବ୍ୟସାଚୀ ପଲେଇ, ସମ୍ପାଦକ ବିଷ୍ନୁପଦ ବେରା ପ୍ରମୁଖ ଉପସ୍ଥିତ ଥିଲେ. ଉପାଧ୍ୟକ୍ଷ ସଂଘମିତ୍ରା ରାଉତ, ଏନଏସଏସ ସଂଯୋଜକ ମଦନ ମହାନ ସାହୁ, ଦେବବ୍ରତ ବିଶ୍ୱାଳ, ସୁଜାତା ପାଲ, ସତ୍ୟ ନାରାୟଣ ଦାସ, ପ୍ରତିଭା ଦାସ ରୁପମଞ୍ଜରୀ ବେହେରା, ସସ୍ମିତା ସି, ଅଙ୍କିତା ସିଂ କବିତା ସାହୁ, ଲଷ୍ମୀ ଚାପେୟାର, ମିନାକ୍ଷୀ ସାହୁ, ଅଭିଜିତ ପଟ୍ଟନାୟକ, ଅଭିଜିତ ପଟ୍ଟନାୟକ, ମୀରା ସେନାପତି, ପ୍ରିତମ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ.