କେବଳ ତଣ୍ଡରୁ ବର୍ତିବା ପାଇଁ ନୁହେଁ ‘ହେଲମେଟ’ ଆରୋହୀର ଜୀବନ ରକ୍ଷାକାରୀ ହେଉ
ହିିଞ୍ଜିଳିକାଟ, (ଶେଷଦେବ ସାହୁ):ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସଂଶୋଧିତ ପରିବହନ ଆଇନ କାର୍ଯ୍ୟକାରୀ କ୍ଷେତ୍ରରେ ଡ଼୍ରାଇଂଭି ଲାଇସେନ୍ସ ଓ ପଲ୍ୟୁସନ,ଇନ୍ସୁରାନ୍ସ ପ୍ରଭୃତି ପମାଣପତ୍ର ଯାଂଚ ସହ ସବୁଠି ଟ୍ରାଫିକ ନିୟମକୁ କଡ଼ାକଡ଼ା କାର୍ଯ୍ୟକାରୀ କରାଯାଉଛି । ନିୟମ ଉଲଂଘନକାରୀ ଗାଡ଼ି ଚାଳକଙ୍କ ଠାରୁ ମୋଟା ଅଙ୍କା ଜୋରିମାନା ଆଦାୟ ସହ ପରିବହନ ଓ ପୁଲିସ ବିଭାଗ ପକ୍ଷରୁ ସେମାନଙ୍କୁ ସଚେତନ କରାଯାଉଛି । ଆସନ୍ତା ଜାନୁୟାରୀ ପହିଲାରୁ ମୋଟର ଯାନ ଆଇନକୁ କଡ଼ାକଡ଼ି କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏପରିକି ବାଇକ ଚାଳକଙ୍କ ସମେତ ସାଥୀ ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ତେବେ ଯାଂଚ ବେଳେ ଦୁଇ ଚକିଆ ଯାନ ଆରୋହୀଙ୍କ ଦୃତ ଗତିରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା, ଗାଡ଼ି ଚାଳନା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା, ହେଲମେଟ ନପିନ୍ଧିବା, ଗୋଟିଏ ବାଇକ୍ରେ ୩ଜଣ ଯାତ୍ରା କରିବା ପ୍ରଭୃତି ନିୟମ ଉଲଂଘନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବିଭାଗ ପକ୍ଷରୁ ଏହି ଯାଂଚ ହେବା ଦ୍ୱାରା ଗଂଜାମ ଜିଲ୍ଲାର ଅନ୍ୟାନ ସହର ତୁଳନାରେ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଜନସାଧାରଣ ଖୁବଶୀଘ୍ର ସଚେତନ ହୋଇଯିବା ଭଳି ଲକ୍ଷ୍ୟ କରାଯାଉଛି । ଟ୍ରାଫିକ୍ ପଂଏଟ କିମ୍ବା ସହରର କୌଣସି ସ୍ଥାନରେ ପୁଲିସ ପ୍ରଶାସନ ପକ୍ଷରୁ ଗାଡ଼ି ମୋଟର ତନଖି କରାଯାଉଥିବା ସ୍ଥାନରେ ଯାଂଚରୁ ବର୍ତିବା ପାଇଁ ମୋଟର ସାଇକେଲ ଆରୋହୀ ମାନେ ଯେ କୌଣସି ମତେ ହେଲମେଟଟିଏ ଯୋଗାଡ଼ରେ ଲାଗିପଡ଼ୁଛି । ଏହାର ସୁଯୋଗ ନେଇ ସହରର ଯେଉଁଠି ସେଇଠି ଛତୁଫୁଟିବା ଭଳି ହେଲମେଟ୍ ଦୋକାନ ଖୋଲାଯାଇଛି । ପୂର୍ବରୁ ସହରରେ ଥିବା ହାତଗଣତି କେତେକ ଦୋକାନକୁ ଛାଡ଼ିଦେଲେ ଅନ୍ୟ କେଉଁଠାରେ ହେଲମେଟ୍ ବିକ୍ରି କରାଯାଉଥିବାର ଦେଖିବାକୁ ମିଳୁନଥିଲା । ହେଲେ ବର୍ତମାନ ସହରର ବିଭିନ୍ନ ଛକ ସ୍ଥାନ ସମେତ ସ୍ଥାନୀୟ ସହର ଉପକଣ୍ଠ ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ପ୍ରାୟ ୫୦ରୁ ୧୦ ଫୁଟ ବ୍ୟବଧାନରେ ଅସ୍ଥାୟୀ ତଥା ଉଠା ହେଲମେଟ ଦୋକାନ ରହିଥିବା ଦେଖିବାକୁ ମିଳୁଛି । ହେଲମେଟ୍ର କ୍ୱାଲିଟ୍ ଥାଉକି ନଥାଉ, ଏହା ଭାରତର କୌଣସି ଖ୍ୟାତିନାମା କମ୍ପାନୀ ଦ୍ୱାରା ଜୀବନରକ୍ଷାକାରୀ ହେଲମେଟ୍ କି ନୁହେଁ, ଏଥିରେ ଆଇଏସଆଇ ମାର୍କା ଥାଉ କି ନଥାଉ, ସେଥିପ୍ରତି ବାେଇକ ଆରୋହୀ ମାନେ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳୁଛି । କେବଳ ଚେକିଂରୁ ବର୍ତିବା ସେମାନଙ୍କର ମୂଳ ଉଦ୍ଦେଶ୍ୟ ହୋଇଛି । ଟ୍ରାଫିକ ନିୟମରେ ଦୁଇ ଚକିଆ ଯାନ ଆରୋହୀଙ୍କପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକର ପ୍ରକୃତ ଉଦ୍ଦେଶ୍ୟକୁ ଲେକେ ବୁଝୁ ନାହାନ୍ତି । ଏହାକୁ ଜୀବନ ରକ୍ଷା ନୁହେଁ ବରଂ ଅର୍ଥଦଣ୍ଡକୁ ରିହାତି ପାଇଁ ଲେକେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେୟାର ଷ୍ଟାଇଲ ନଷ୍ଟ ହେବା ଓ ଅନ୍ୟକୁ ଦେଖାଇବାର ସୁଯୋଗ ନରହିବା ଯୋଗୁଁ ହେଲମେଟ୍ ପ୍ରତି ସର୍ବଦା ବିମୁଖ ଥିବା ଯୁବଗୋଷ୍ଠୀ ଏବେ ବି ଏହାର ବ୍ୟବହାରକୁ ନେଇ ଅନ୍ଧାର ରହିଥିବା ଲକ୍ଷ୍ୟ କରାଯାଉଛି । ତେବେ ଏ ନେଇ ସଦ୍ୟ ହେଲମେଟ୍ କିଣୁଥିବା କେତେକ ଲୋକଙ୍କୁ ପଚାରିବାରୁ ସେମାନେ ଜୀବନ ରକ୍ଷା ପାଇଁ ଏହାକୁ କ୍ରୟ କରୁଥିବା କହିଥିଲେ । ସ୍ଥାନୀୟ ସହରର ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ବିଭିନ୍ନ କିସମର ହେଲମେଟ୍ ମିଳୁଥିଲେ ବି ତାହା ନିମ୍ନ ମାନର ହେବା ଯୋଗୁଁ ବହୁ ବାଇକ ଚାଳକ ଆଇଏସଆଇ ମାର୍କା ହେଲମେଟ କିଣୁଥିବା କହିଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ନୂତନ ଟ୍ରାଫିକ ନିୟମ କାର୍ଯ୍ୟକାରୀକୁ ସ୍ୱାଗତ କରିଛନ୍ତି । ତେବେ ହେଲମେଟ୍ର ମାନ ସମ୍ପର୍କରେ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସଦାସର୍ବଦା ବାଇକ ଚାଳକ ମାନେ ଆଇଏସଆଇ ମାର୍କା ହେଲମେଟ୍ ବ୍ୟବହାର କରିବା ପାଇଁ ବାଇକ ଚାଳକଙ୍କୁ ସଚେତନ କରାଯାଉଛି ଏବଂ ହେଲମେଟ୍ ଆରୋହୀର ଜୀବନ ରକ୍ଷାକାରୀ ହେଉ ବୋଲି ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।