କେବଳ ବିବାହ ଦିନ ସ୍ନାନ କରୁଥିବା ମହିଳା

ଆଫ୍ରିକାର ଉତ୍ତର-ପଶ୍ଚିମରେ ଥିବା ନାମିବିୟାର କୁନେର ଅଞ୍ଚଳରେ ବସବାସ କରନ୍ତି ହୁମ୍ବା ଜନଜାତି । ଏହି ଜନଜାତିର ମହିଳାମାନେ ଜୀବନରେ କେବଳ ଥରଟିଏ ଗାଧାନ୍ତି । ଏହା ସେମାନଙ୍କର ପରମ୍ପରା । କେବଳ ବିବାହ ଦିନ ହିଁ ଏମାନେ ସ୍ନାନ କରିଥାଆନ୍ତି । ହେଲେ ଏମାନେ ବେଶ୍ ସୁନ୍ଦର । ଏମାନଙ୍କ ଶରୀରର ରଙ୍ଗ ଲାଲ୍ । ଏମାନେ ଗାଧାନ୍ତି ନାହିଁ ସତ, କିନ୍ତୁ ଏକ ବିଶେଷ ଧରଣର ଜଡିବୁଟି ବ୍ୟବହାର କରନ୍ତି । ଏହି ଜଡିବୁଟି ସେମାନଙ୍କ ଶରୀରକୁ ସୁସ୍ଥ ରଖିଥାଏ । ତେବେ ଉକ୍ତ ଜଡିବୁଟିକୁ ସିଝାଇ ତାର ରସକୁ ଏମାନେ ଦେହରେ ଲଗାଇ ଥାଆନ୍ତି । ଫଳରେ ଦେହ ଦୁର୍ଗନ୍ଧ ହୋଇ ନ ଥାଏ । ଖାଲି ସେତିକି ନୁହେଁ, ଚର୍ମକୁ ସୁସ୍ଥ ରଖିବାକୁ ଏମାନେ ପଶୁଙ୍କ ଚର୍ବି ସହ ହେମାଟାଇଡ(ଲୁହା ଭଳି ଏକ ଖଣିଜ ଧାତୁ)ମିଶାଇ ଏକ ସ୍ୱତନ୍ତ୍ର ଧରଣର ଲୋସନ୍ ତିଆରି କରନ୍ତି । ଏହାକୁ ନିୟମିତ ଭାବେ ମଧ୍ୟ ସେ ଦେହରେ ଲଗାଇ ଥାଆନ୍ତି । ତେବେ ହେମାଟାଇଡ କାରଣରୁ ଏମାନଙ୍କ ଦେହର ରଙ୍ଗ ଲାଲ ଦେଖାଯାଇଥାଏ । ସେଥିପାଇଁ ଏମାନଙ୍କୁ ରେଡ୍ ଓମେନ୍ ବୋଲି ମଧ୍ୟ କୁହାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ