କେବଳ ସ୍ମାର୍ଟ ମିଟର ନୁହେଁ, ସ୍ମାର୍ଟ ବିଜୁଳି ଶକ୍ତି ଦିଅ: ସମାଜବାଦୀ ପାର୍ଟି
ଭୁବନେଶ୍ୱର : ରାଜ୍ୟ ସରକାର ଗତକାଲି ରାଜ୍ୟର ୭୮ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥର ଦ୍ୱାହି ଦେଇ ରାଜ୍ୟରେ ବିଜୁଳି େ·ରି ରୋକିବା ପାଇଁ ସ୍ମାର୍ଟ ମିଟର ଓ ଡ଼ିଜିଟାଲ ରି·ର୍ଜ କାର୍ଡ଼ ପ୍ରଚଳନ କରିବା ଆରମ୍ଭ କରିବା ପାଇଁ ଖୋଦ୍ ଶକ୍ତିମନ୍ତ୍ରୀ ଗତକାଲି ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମ ଏକ ପରୀକ୍ଷାମୂଳକ ପାଇଲଟ ପ୍ରୋଜେକ୍ଟ ଭାବରେ ସମ୍ବଲପୁର ଏବଂ ରାଉରକେଲା ସହରରୁ ଆରମ୍ଭ ହେବ ବୋଲି ମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି । ଦୁଃଖ ଓ ପରିତାପର ବିଷୟ ସମଗ୍ର ଭାରତବର୍ଷରେ ୧୯୯୪-୯୫ ମସିହାରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ବିଜୁଳି କ୍ଷେତ୍ରରେ ସଂସ୍କାର ଆରମ୍ଭ କରିଥିଲା । ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଇଦେବେ । କିନ୍ତୁ ଦୀର୍ଘ ୨୪ବର୍ଷ ବିଦ୍ୟୁତ୍ ସଂସ୍କାର ପରେ ମଧ୍ୟ ଏହି ପ୍ରତିଶ୍ରୁତି ଆଜି ମଧ୍ୟ ପ୍ରତିଶ୍ରୁତିରେ ରହିଯାଇଛି । ଦେଶର ଏକ ନମ୍ବର ସ୍ମାର୍ଟ ସିଟି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଅଘୋଷିତ ବିଜୁଳି କାଟ ବାରମ୍ବାର ଘଟି·ଲିଛି । ପ୍ରତିବାଦ କଲେ କିମ୍ବା ଅଭିଯୋଗ କଲେ ତାର ପ୍ରତିକାର ନାହିଁ ବରଂ ଦୁର୍ବ୍ୟହାର ସମ୍ମୁଖୀନ ହେବାକୁ ପଡ଼େ । ୨୪ବର୍ଷର ସଂସ୍କାର ପରେ ମଧ୍ୟ ଆଜି ୩୮ ପ୍ରତିଶତ ବିଜୁଳି ପରିବହନ ଜନିତ କ୍ଷତି ଯୋଗୁ ବାଟମାରଣ ହୁଏ । କିନ୍ତୁ େ·ରୀ ଜଗିବା ପାଇଁ ବର୍ଷକୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇ କର୍ମ·ରୀ ଓ ଧଳାହାତୀମାନଙ୍କୁ ଦୀର୍ଘ ୨୫ବର୍ଷ ହେଲା ପୋଷାଯାଉଛି । ସଂସ୍କାର ଆରମ୍ଭ ହେବା ସମୟରେ ପରିବହନ ଜନିତ କ୍ଷତି ୫୬ ପ୍ରତିଶତ ଥିଲା । କିନ୍ତୁ ଏହି ଦୀର୍ଘବର୍ଷ ଭିତରେ ଏହା ୧୭ ଶତାଂଶ କମାଇବାରେ ଆମେ ସମର୍ଥ ହୋଇଛୁ । ଏହା ହିଁ ଆମ ବିଜୁଳି ସଂସ୍କାର କିଭଳି ଦିଗହରା ହୋଇଛି ତାହାର ଏକ ପ୍ରତିଫଳନ । ତେଣୁ ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ସ୍ମାର୍ଟ ମିଟର ଓ ପ୍ରିପେଡ଼୍ ରିଚ୍ଚାର୍ଜ କାର୍ଡ଼ ଆଉ ଗୋଟିଏ ଧୂଆଁବାଣ ଏବଂ ଲୋକଙ୍କୁ ଭୂଆଁ ବୁଲାଇବାର ଅନ୍ୟ ଏକ ପଦକ୍ଷେପ ବୋଲି ସମାଜବାଦୀ ପାର୍ଟି ରାଜ୍ୟ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ପ୍ରକୃତରେ ମନ୍ତ୍ରୀ ଯଦି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବାକୁ ·ହାଁନ୍ତି ତାହେଲେ (୧) ବିଦ୍ୟୁତ ସଂସ୍କାର ଦିନଠାରୁ ଆଜି ପର୍ଯ୍ୟନ୍ତ ବିଜୁଳି ଶକ୍ତି କ୍ଷେତ୍ରରେ କି ପଦକ୍ଷେପ ନିଆଯାଇଛି, ତାହା ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ (୨) ଏଥିପାଇଁ ଦାୟୀ ଅପାରଗ ଓ ଦୁର୍ନୀତିଗ୍ରସ୍ତ କର୍ମ·ରୀଙ୍କ ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । (୩) େ·ରି ଓ ପରିବହନ ଜନିତ କ୍ଷୟକ୍ଷତି ରୋକିବାରେ ବ୍ୟର୍ଥ ହୋଇଥିବା କମ୍ପାନୀମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉ (୪) ବିଜୁଳି କ୍ଷେତ୍ରରୁ ସଂସ୍କାରନାମାରେ ଠକି ନେଇଥିବା କୋଟି କୋଟି ଟଙ୍କାର ରାଜସ୍ୱ ବା ବାକି ପଡ଼ିଥିବା ରାଜସ୍ୱକୁ କମ୍ପାନୀମାନଙ୍କ ଠାରୁ ଆଦାୟ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟି ରାଜ୍ୟ ସଭାପତି ତଥା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ଆବାହକ ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତ୍ି ଜରିଆରେ ଏହି ଦାବିଗୁଡ଼ିକୁ ଉପସ୍ଥାପିତ କରିବା ସହିତ ଶକ୍ତି ବିଭାଗ ଯଦି ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରି ସ୍ମାର୍ଟ ମିଟର ଓ ପ୍ରିପେଡ଼ କାର୍ଡ଼ ପ୍ରଚଳନ କରନ୍ତି, ତାହେଲେ ବୃହତ୍ତର ଜନ ଆନ୍ଦୋଳନ ଗଢି ଉଠିବ ବୋଲି ଶ୍ରୀ ବେହେରା ଚେତାଇ ଦେଇଛନ୍ତି । ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀଯ ହେବାକୁ ଥିବା ସମ୍ବଲପୁର ଓ ରାଉରକେଲା ସହରର ବାସିନ୍ଦାମାନେ ଏହି ପ୍ରକଳ୍ପକୁ ବୟକଟ୍ କରିବା ପାଇଁ ସମାଜବାଦୀ ପାର୍ଟି ଆହ୍ୱାନ କରାଯାଇଛି ।