କେବଳ ସ୍ୱାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ
ଭାରତୀୟ ମହିଳାମାନେ ସାଧାରଣତଃ ବ୍ରତ ଉପବାସ କରିଥାନ୍ତି । କିନ୍ତୁ ଗୋଟିଏ ପକ୍ଷୀ ନିର୍ଜଳା ବ୍ରତ କରୁଥିବା କେବେ ଶୁଣିଛନ୍ତି । ଅବିଶ୍ୱାସ ଲାଗୁଥିଲେ ବି ସତ । ଆସନ୍ତୁ ଜାଣିବା ଏହି ପକ୍ଷୀ ସମ୍ପର୍କରେ ।
ପକ୍ଷୀଟି ଦିନେ ନୁହେଁ କି ମାସେ ନୁହେଁ ପୂରା ବର୍ଷସାରା ପାଣି ପିଇ ନ ଥାଏ । କେବଳ ସ୍ୱାତୀ ନକ୍ଷତ୍ରରେ ବର୍ଷା ହେଲେ ପାଣି ପିଇଥାଏ । ଯଦି ଏହି ନକ୍ଷତ୍ରରେ ବର୍ଷା ନ ହେଲା ତେବେ ବର୍ଷସାରା ପକ୍ଷୀଟି ପାଣି ନ ପିଇ ରହିଥାଏ । ପକ୍ଷୀଟିର ନାମ ହେଲା ଚାତକ ।
ଏହି ପକ୍ଷୀ ଦେଖିବାକୁ ମିଶ୍ରିିତ କଳାଧଳା । ସମସ୍ତ ଗରମ ଦେଶରେ ଏହା ଦେଖିବାକୁ ମିଳିଥାଏ । କୋଇଲି ପରି ଚାତକ ମଧ୍ୟ ଅଲଗା ଚଢ଼େଇ ବସାରେ ଅଣ୍ଡା ରଖିଥାଏ । ସମୟ ଆସିଲେ ଅଣ୍ଡାରୁ ଛୁଆ ଫୁଟି ଉଡ଼ିଯାଇଥାଏ । ଏହା କୀଟପତଙ୍ଗ ଖାଇଥାଏ । ଏହି ପକ୍ଷୀ ଅତ୍ୟନ୍ତ ଶାନ୍ତ ସ୍ୱଭାବର । ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ଏହା ଦେଖିବାକୁ ମିଳିଥାଏ । ଚାତକର ସ୍ୱର କୋଇଲି ସହ ଟିକେ ମେଳ ଖାଇଥାଏ । ଘଞ୍ଚ ଜଙ୍ଗଲରେ ମଧ୍ୟ ଏହି ପକ୍ଷୀ ଦେଖାଯାଏ । ବିଶେଷକରି ଜହ୍ନରାତିରେ ଏହାର ସୁଲଳିତ ସ୍ୱର ଶୁଣିବାକୁ ମିଳିଥାଏ । ବର୍ଷା ହେଲେ ଚାତକ ଉପରକୁ ମୁହଁ କରି ପାଣି ପିଇଥାଏ ।