କେବିନରେ ନିଆଁ ଲଗାଇଲେ ଦୁବୃର୍ତ : ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ିଗଲା

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ): ହିଂଜିଳି ଥାନା ବୁରୁପୋଡ଼ା ଗ୍ରାମ ହାଇସ୍କୁଲ ଛକରେ ଥିବା ପ୍ରକାଶ ଖଟାଇଙ୍କ ମୋବାଇଲ ରିପେରିଂ ଦୋକାପରେ କେହି ଦୁବୃର୍ତ ନିଆଁ ଲଗାଇଦେଇଛି । ଗୁରୁବାର ରାତିରେ ପ୍ରକାଶ ଦୋକନ ବନ୍ଦ କରି ଘରକୁ ଫେରିବା ପରେ ରାତ୍ର ପ୍ରାୟ ୧୨ଘଂଟା ସମୟରେ ଦୋକାନରେ ନିଆଁ ଲାଗିଥିବା ଗ୍ରାମର କିଛି ବ୍ୟକ୍ତିଙ୍କ ଠାରୁ ଖବର ପାଇ ମାଲିକ ଦୋକନ ନିକଟକୁ ଯାଇ ଦେଖିଲା ବେଳକୁ ଦୋକନରେ ନିଆଁ ଲାଗି ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସଂପୃକ୍ତ ଗ୍ରାମର ଚିତ୍ରସେନ ବିଷୋୟୀ ଦୋକାନରେ ନିଆଁ ଲଗାଇଥିବା ସନ୍ଦେହ କରି ଶୁକ୍ରବାର ସକାଳେ ଦୋକାନ ମାଲିକ ଘଟଣା ନେଇ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ହିଂଜିଳି ଥାନା ନଂ- ୨୬/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ