କେବିସି ୧୧: ବିଗ୍ ବିଙ୍କୁ ସ୍ୱାମୀଙ୍କ ନାଁରେ ଅଭିଯୋଗର ଲିଷ୍ଟ ଧରାଇଲେ ପ୍ରତିଯୋଗୀ
କୌନ୍ ବନେଗା କରାଡ଼ପତି(କେବିସି)ରେ ବେଳେବେଳେ ଏମିତି କିଛି ପ୍ରତିଯୋଗୀ ଆସିଥାନ୍ତି, ଯେଉଁମାନେ ଖେଳ ସାଙ୍ଗକୁ ଦର୍ଶକଙ୍କର ଖୁବ୍ ମନୋରଞ୍ଜନ କରିଥାନ୍ତି । ଏଥର ସେମିତି ଜଣେ ପ୍ରତିଯୋଗୀ କେବିସିର ହଟ୍ ସିଟ୍ରେ ବସିଥିଲେ । ସେ ହେଲେ ଦିଲ୍ଲୀରେ ରହୁଥିବା ଶିବାନୀ ଢିଙ୍ଗରା । ଶୋ’ ମାଧ୍ୟମରେ ଶିବାନୀ ଏମିତି ଏକ ଅନୁରାଧ କରିଛନ୍ତି, ଯାହା ଶୁଣି ହୋଷ୍ଟ କରୁଥିବା ଅମିତାଭ ବଚ୍ଚନ(ବିଗ୍ ବି) ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶିବାନୀ ଶୋ’ରେ ନିଜ ସ୍ୱାମୀଙ୍କ ନାମରେ ଅଭିଯୋଗର ଏକ ଲିଷ୍ଟ ପ୍ରସ୍ତୁତକରି ଅମିତାଭଙ୍କୁ ଦେଇଥିଲେ । ତାଙ୍କ ଅଭିଯୋଗ ହେଲା, ସ୍ୱାମୀ ଜଣେ ବ୍ୟାଙ୍କ କର୍ମଚାରୀ । ଯିଏ କି ସକାଳୁ ଅଫିସ ଯାଇ ସନ୍ଧ୍ୟାରେ ଘରକୁ ଫେରନ୍ତି । ଛୁଟିଦିନରେ ଯେତେବେଳେ ଘରେ ରୁହନ୍ତି ସବୁବେଳେ ସୋସିଆଲ ମିଡିଆରେ ବ୍ୟସ୍ତ ଥାନ୍ତି । କେବେହେଲେ କ୍ୟାଣ୍ଡେଲ ଲାଇଟ୍ ଡିନର ନେଇ ନାହାନ୍ତି ବୋଲି ତାଙ୍କର ଅଭିଯୋଗ ରହିଛି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଅନ୍ୟର ସମସ୍ୟାର ସମାଧାନ କରୁଥିବା ମୁଁ ଆପଣଙ୍କୁ ବହୁବାର ଦେଖିଛି । ଏଣୁ ମାର ବିଶ୍ୱାସ ଯେ, ମା’ ସମସ୍ୟାର ମଧ୍ୟ ସମାଧାନ କରିବେ । ଏହା ଶୁଣିବା ପରେ ଅମିତାଭ କୁହନ୍ତି, ମୁଁ କେବେହେଲେ ଭାବି ନ ଥିଲି ଯେ, ଏହି ଶୋ’ର ହୋଷ୍ଟ କରିବା ସାଙ୍ଗକୁ ମୁଁ ମ୍ୟାରେଜ କାଉନସିଲର ଭାବେ ମଧ୍ୟ କାର୍ଯ୍ୟ କରିବି ।