କେବେ ଉଚ୍ଛେଦ ହେବ ବେଆଇନ ହମ୍ପ୍ସ୍‌, ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ରାଜ୍ୟ ରାଜପଥରେ ବେଆଇନ ହମ୍ପ୍ସ ରହିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ଜିଲା ପ୍ରଶାସନର ଏହି ନିର୍ଦ୍ଦେଶନାମାକୁ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରିବାର ନାଗନ୍ଧ ଧରାଯାଉନାହିଁ । ଫଳରେ ସାଧାରଣଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଯେ, ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଭଦ୍ରକ ଠାରୁ ବସନ୍ତିଆ ମଧ୍ୟରେ ପ୍ରାୟ ୫୦ଟି ବେଆଇନ ହମ୍ପ୍ସ ନିର୍ମାଣ କରାଯାଇଛି । ଫଳରେ ଛୋଟ ଯାନବାହାନ ଗୁଡିକ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି । ଏପରିକି ବେଳେବେଳେ ଛୋଟ ଗାଡିର ତଳ ବଡିରେ ମାଡ ହୋଇ ଦୁର୍ଘଟଣାଗ୍ରସ୍ତ ହେଉଥିବାର ଦେଖାଯାଉଛି । ଉକ୍ତ ହମ୍ପ୍ସ ଦ୍ୱାରା ଜରୁରୀକାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ ବିଭାଗ ଗାଡି ଗୁଡିକ ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ôଚବାରେ ବିଳମ୍ବ ହେଉଛି । ଯାହା ଫଳରେ ବହୁ ଅଘଟଣମାନ ଘଟୁଛି । ତେବେ ବନ୍ତ ତହସିଲଦାର ଓ ପୂର୍ତ୍ତ ବିଭାଗର ଯନ୍ତ୍ରୀ ମାନେ ଏଭଳି ବେଆଇନ ହମ୍ପ୍ସ ଗୁଡିକୁ ତୁରନ୍ତ ଉଠାଇବାକୁ ସାଧାରଣରେ ଦାବୀ ହୋଇଛି । ବିଶେଷକରି ଗଣିଜାଙ୍ଗ ଓ ଓରାଳି ଛକରେ ଥିବା ହମ୍ପ୍ସ ଗାଡି ଚାଳକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କେବେ ପାଳନ କରାଯାଉଛି ତାହା ଜନସାଧାରଣ ଅପେକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ