କେବେ ତାଲା ପଡ଼ୁନଥିବା ବ୍ୟାଙ୍କ

ଦେଶର ପ୍ରାୟ ସବୁ ବ୍ୟାଙ୍କରେ ସିକ୍ୟୁରିଟି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥାଏ । କାରଣ ଏଠି ପ୍ରତିଦିନ କାରବାର ହୋଇଥାଏ ମୋଟା ଅଙ୍କର ଅର୍ଥ । ହେଲେ ମହାରାଷ୍ଟ୍ରର ମହମ୍ମଦନଗର ଜିଲ୍ଲାରେ ଏମିତି ଏକ ବ୍ୟାଙ୍କ ଅଛି ଯେଉଁଠି କେବେ ବି ତାଲା ପଡେ ନାହିଁ । ଏହା ହେଉଛି ୟୁକୋ ବ୍ୟାଙ୍କର ଏକ ଶାଖା । ଏହି ବ୍ୟାଙ୍କଟି ଅହମ୍ମଦନଗରର ଶନି ଶିଙ୍ଗନାପୁରରେ ଅବସ୍ଥିତ । ୨୦୧୧ ପୂର୍ବରୁ ଏଠାରେ କୌଣସି ବ୍ୟାଙ୍କ ତା’ର ଶାଖା ଖୋଲିବାକୁ ଚାହୁଁ ନ ଥିଲେ । କାରଣ ଗ୍ରାମବାସୀଙ୍କ ଅନୁରୋଧ ଥିଲା ଯେ ଏଠାରେ ଖୋଲାଯିବା ବ୍ୟାଙ୍କରେ ତାଲା ପଡ଼ିବନାହିଁ । ଆଉ ଏହି ସର୍ତ୍ତରେ କୌଣସି ବ୍ୟାଙ୍କ ରାଜି ହେଉ ନ ଥିଲେ । ଏହାର କିଛି ଦିନ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତା’ର ନିୟମରେ କିଛି ପରିବର୍ତ୍ତନ ଆଣିଲା । ୨୦୧୧ରେ ଆର୍ବିଆଇ ସେଠାରେ ଏକ ଯୁକୋ ବ୍ୟାଙ୍କର ଶାଖା ଖୋଲିବ ବୋଲି ସ୍ଥିର କଲା । ଆଉ ବ୍ୟାଙ୍କ ଖୋଲିବା ପରେ ପ୍ରଥମେ ପ୍ରଥମେ କର୍ମଚାରୀମାନଙ୍କୁ ଭୟ ଲାଗୁଥିଲା । କାରଣ ବ୍ୟାଙ୍କରେ ବହୁ ପରିମାଣର ଅର୍ଥ ଥିବା ସତ୍ତେ୍ୱ ସେଠାରେ ତାଲା ପଡୁ ନ ଥିଲା । ସେଥିପାଇଁ ରାତିରେ ଓ ଛୁଟି ଦିନରେ କେତେଜଣ କର୍ମଚାରୀ ବ୍ୟାଙ୍କକୁ ଜଗି ରହୁଥିଲେ । ହେଲେ ଏଠାରେ ଚୋରିର କୌଣସି ଲକ୍ଷଣ ଦେଖାଯାଉ ନ ଥିଲା । ଏହା ପରେ କେବଳ ବ୍ୟାଙ୍କର ପ୍ରବେଶ ଦ୍ୱାରରେ ଏକ କାଚର କବାଟ ଲଗାଇ ଛାଡ଼ିଦିଆଗଲା । କୌଣସି ଜୀବଜନ୍ତୁ କାଳେ ବ୍ୟାଙ୍କ ଭିତରେ ପଶିଯିବେ ସେଥିପାଇଁ ଏକ କାଚର କବାଟ ଲଗାଇ ଦିଆଗଲା । ଆଉ ଏହି କାଚ କବାଟ ବ୍ୟତୀତ ଏହି ବ୍ୟାଙ୍କରେ ଆଜି ପର୍ଯ୍ୟନ୍ତ ତାଲା ପଡୁ ନାହିଁ । ଏଠାରେ ଶନି ଦେବତାଙ୍କୁ ପୂଜା କରାଯାଉଥିବାରୁ ଚୋରି କଲେ ଏହାର କୁପରିଣତି ଭୋଗିବାକୁ ପଡ଼େ ବୋଲି ଲୋକେ ବିଶ୍ୱାସ କରନ୍ତି । ସେଥିପାଇଁ ଏଠାରେ କେହି ଚୋରି କରିବାକୁ ସାହସ କରନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ