କେବେ ଦୂର ହେବ ଦାନ ସମସ୍ୟା
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ସେତେବେଳେ ଦାଦନ ସମସ୍ୟା ଗୋଟାଏ ଜିଲ୍ଲା ର ସମସ୍ୟା ହୋଇ ଥିଲା ପରେ ଏହା ଅନ୍ୟ ଜିଲ୍ଲା ମାନଙ୍କ ବ୍ୟପିଗଲା ଏ ହା ଆଉ ଗୋଟିଏ ଜିଲ୍ଲା ସମସ୍ୟା ହୋଇ ଆଉ ରହିଲ ନାହିଁ l ସୂଚନା ଯୋଗ୍ୟଯେ ଓଡିଶା ର କରାପୁଟ, ଫୁଲବାଣୀ, ମୟୂରଭଞ୍ଜ, ନୂଆପଡା, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲା ମାନଙ୍କ ରୁ ଦାଦନ ଖଟିବାକୁ ପିଲା ଛୁଆଧରି ଭିଟାମାଟି ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି l ନିଜ ପର୍ବପାଣି ଭୁଲି ଏ ମାନେ ରାଜ୍ୟବାହାରେ ଦାଦ ଖଟୁଛନ୍ତି l ଏହିଦାଦନ ଶ୍ରମିକ ମାନ ଙ୍କୁ ଦିଲ୍ଲୀ, କୋଲକାତା, ଗୁଜୁରାଟ, ପୁନେ, ହାଇଦ୍ରାବାଦ, ବାଙ୍ଗାଲୋର, ଚେନେଇ, ଆଦିବଡ଼ ବଡ଼ ସହରରେ କୋଠା ପୋ ଲ ସଡ଼କ ଆଦି ନିର୍ମାଣ କାର୍ଯ୍ୟ ରେ ଏହି ଶ୍ରମିକ ମାଙ୍କୁ ଲଗାଯାଇ ଠିକା ଦରକାର ମାନେ ମାଲାମାଲ ହେଉ ଛନ୍ତି l ଏହି ଶ୍ରମିକ ମାଙ୍କୁ କାର୍ଯ୍ୟସ୍ଥଳ ରେ ଅଧିକ କଟାଇ କାମ ମଜୁରୀ ପ୍ରଦାନ କରାଯାଇଥାଏ l ଦୁଇ ଓଳା ପେଟପୁରାଇ ଖାଇବାକୁ ଦିଅଯାଇ ନଥାଏ l ଯଦି ଏହାର କୋଣସି ଶ୍ରମିକ ବିରୋଧ କରନ୍ତି ତେବେ ତାଙ୍କୁ ମାଡ଼ ମାରିଥାନ୍ତି ଠିକାଦାର l ଏତିକି ନୁହେଁ ସେଠାରେ ସାରିରିକ ଓ ମାନସିକ ନିର୍ଯାତନା ଦିଅଅନ୍ତି l ଏ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଆଇନ ରାଜ୍ୟସରକାର ପୂର୍ଵ ରୁ ପ୍ରଣୟନ କରିଥିଲେ ମଧ୍ୟ ଏହା ଠିକ ରୂପେ କାର୍ଯ୍ୟକରି ହୋଇନଥିଲା l ଏ କ୍ଷେତ୍ରରେ ରାଜ୍ୟ ପୋଲିସ ପ୍ରଶାସନ ଓ ଶ୍ରମବିଭାଗ ଅବଗତଥିଲେ ମଧ୍ୟ କେମିତି ରାଜ ବାହାରକୁ ଦାଦନ ଶ୍ରମିକ ଚାଲାଣ ହେଉଛି ତାହା ଏକ ବଡ଼ ପ୍ରଶ୍ନ ହୋଇଛି l ଏମିତି ଦାଦନ ଶ୍ରମିକ ନିର୍ଯାତନା ଘଟଣା ଅତିତ ଘଟିଯାଇଛି ଯାହାର ସାକ୍ଷୀ ଇତିହାସ ରହିଛି l ତେବେ ଦାଦନ ନେଉଛି ଜୀବନ। ଜୀବିକା ପାଇଁ ଯାଉଛନ୍ତି, ହେଲେ ଶବ ହୋଇ ଫେରୁଛନ୍ତି। କେତେ ମାଆ ପୁଅ ହରେଇଲେଣି, ଆଉ କେତେ ପିଲା ବାପା ଛେଉଣ୍ଡ ହେଲେଣି। ବିଧାନସଭା ତଥ୍ୟ କହୁଛି ୧୦ ବର୍ଷରେ ଦାଦନ ଯାଇ ୪୦୯ ଜଣ ଓ ଗତ ୩ ବର୍ଷରେ ୨୩୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଏମିତି ଚିତ୍ର ସାମ୍ନାକୁ ଆସିବା ପରେ ତେଜିଛି ରାଜନୀତି। ପୁରୁଣା ସରକାର ଉପରେ ବିଜେପି ଦୋଷ ଲଦିଥିବାବେଳେ ବିଜେଡି କହିଛି ନୂଆ ସରକାରର କୌଣସି ଯୋଜନା ନାହିଁ। ସେପଟେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ କରିଛି ଟାର୍ଗେଟ।ବଲାଙ୍ଗୀର ଜିଲ୍ଲା ସଇଁତଳାର ଗଣପତ୍ରାପାଲି ଗାଁର ଯୁବକ କଳାକାର ରଣା। ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ତାମିଲନାଡୁକୁ ଯାଇଥିଲେ, ହେଲେ ଶବ ହୋଇ ଫେରିଛନ୍ତି। ତାମିଲନାଡୁର ତ୍ରିପୁରଠାରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଏକ କାନ୍ଥ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଆମ୍ବୁଲାନନ୍ସରେ ମୃତଦେହ ସହ ମାତ୍ର ୨୦ ହଜାର ଟଙ୍କା ଦେଇ ପଠାଇଦେଇଛି ଠିକାଦାର। ଏବେ କଳାକାରଙ୍କ ପତ୍ନୀ ଓ ଦୁଇ ଛୁଆ ବେସାହାରା। ସେହିଭଳି ପାଟଣାଗଡ଼ ସୋଲବନ୍ଧ ଗାଁର ଗଣେଶ ଶବର। ଗତ ମାସ ୨୩ ତାରିଖରେ ପଣ୍ଡାମୁଣ୍ଡା ଗାଁର ଦୁଇ ସର୍ଦ୍ଦାରଙ୍କ ସହ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ଆଉ ୨୫ ତାରିଖ ଦିନ ପହଞ୍ଚିଥିଲା ଗଣେଶଙ୍କ ମୃତ୍ୟୁର ଖବର। ଗାଁର କିଛି ସଂପର୍କୀୟ ଯାଇ ସେଠାରେ ଶବ ସତ୍କାର କଲେ।ଗଣେଶଙ୍କ ମୃତ୍ୟୁ ବେଳର ଫଟୋ ଦେଖିଲେ ଜଣା ପଡ଼ୁଛି ଶରୀରରେ କ୍ଷତ ରହିଛି। କିନ୍ତୁ କେମିତି ମଲେ, କିଏ ମାରିଲା ତାହା ବି ସନ୍ଦେହ ଘେରରେ। ଆଉ ଗଞ୍ଜାମ ଖଲ୍ଲିକୋଟ କଇରାଶି ଗାଁର ମୃତ ଦାଦନ ଶ୍ରମିକ ରାଜେନ୍ଦ୍ର ଦାସଙ୍କ କଥା ତ ହୃଦୟ ବିଦାରକ। କାହିଁକି ନା ଶବ ସତ୍କାରର ଶେଷ ଅଧିକାର ବି ପାଇ ପାରିଲେନି ପରିବାର ଲୋକ। ସୁରଟରେ ସୂତା କାମ କରୁଥିବା ରାଜେନ୍ଦ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ନେଇ ଖବର ଆସିଲା। ହେଲେ ଅର୍ଥ ଅଭାବରୁ ପରିବାର ଲୋକେ ସେଠାରୁ ମୃତଦେହ ବି ଆଣିପାରିଲେନି। ଭିଡିଓ କଲ୍ ଜରିଆରେ ଶବ ସତ୍କାର କରିଥିଲା ସୁରଟ ପୁଲିସ।ଏମିତି ଜଣେ କି ଦୁଇ ଜଣ ନୁହେଁ, ବିଧାନସଭାରୁ ଆସିଥିବା ତଥ୍ୟ ଆଖି ତରାଟି ଦେଲା ଭଳି। ବିଗତ ୩ ବର୍ଷ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି ୨୩୩ ଜଣ। ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କ ମୃତଦେହ ରାଜ୍ୟକୁ ଅଣାଯାଇପାରିନାହିଁ। ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ରଖିଛନ୍ତି ଏହି ତଥ୍ୟ। ଗତ ୧୦ ବର୍ଷ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୯ ଜଣ, କଳାହାଣ୍ଡିରୁ ୩୯ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ୩୫ ଜଣ ପ୍ରାଣ ହରାଇଛନ୍ତି। ଏମିତି କି ସରକାରୀ ଭାବେ ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ଜରିଆରେ ଚଳିତ ବର୍ଷ ୬୦ ହଜାର ୬୮୩ଶ୍ରମିକ କାମ ପାଇଁ ବାହାର ରାଜ୍ୟକୁ ଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏମିତି ସ୍ଥିତିକୁ ନେଇ ଶାସକ ଏବଂ ବିରୋଧୀ ଭିତରେ ଆରମ୍ଭ ହୋଇଛି ଦୋଷ ଲଦାଲଦି।ତେବେ ଦୀର୍ଘ ଦିନ ଧରି ରାଜ୍ୟର ଏହି ଜଟିଳ ସମସ୍ୟାକୁ ଗୁରୁତର ସହ ନେଇଛନ୍ତି ମୋହନ ସରକାର। ନିକଟରେ ଦାଦନ ସମସ୍ୟାର ସମାଧାନ ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। କିନ୍ତୁ ବାସ୍ତବରେ ଏହି ସମସ୍ୟାର କେତେ ଦୂର ସମାଧାନ ହେଉଛି ତା’ ଉପରେ ନଜର। ଓ ଏଦିଗରେ ସରକାର ଆଗାମୀ ଦିନରେ କଣ ପଦକ୍ଷେପ ନେବ ବୋଲି ରାଜ୍ୟ ବାସି ଚାହିଁରହିଛନ୍ତି l