କେବେ ନିର୍ମିତ ହେବ ରାଜିବ ଗାନ୍ଧୀ ସେବା କେନ୍ଦ୍ରର ନିଜସ୍ୱ କୋଠା ?

ନାଉଗାଁ,(ଯୁଗାବ୍ଦ ନ୍ୟୁଜ): ପଂଚାୟତ ଗୁଡିକରେ ବିଭିନ୍ନ ତାଲିମ,ପଂଚାୟତ ବୈଠକ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଖାଦ୍ୟ ପଦାର୍ଥ ମହଜୁଦ ରଖିବା ପାଇଁ ପ୍ରତି ପଂଚାୟତରେ ନିର୍ମାଣ କରାଯାଇଛି ରାଜୀବ ଗାନ୍ଧି ସେବା କେନ୍ଦ୍ର । ନାଉଗାଁ ବ୍ଳକରେ ଥିବା ୧୬ଟି ପଂଚାୟତରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି । ଏହି କେନ୍ଦ୍ରର ରକ୍ଷାଣବେକ୍ଷଣ ଦାୟିତ୍ୱ ପଂଚାୟତର ପ୍ରତିନିଧଙ୍କ ଉପରେ ନ୍ୟସ୍ତ ରହିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଗୃହ କେଉଁଠି ତାଲା ପଡି ରହିଛି ତ କେଉଁଠି ଭଡାରେ ଲାଗିଥିବା ଦେଖିବାକୁ ମିଳୁଛି । ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉକ୍ତ ବ୍ଳକର ବାଂଶ ପଂଚାୟତରେ । ବାଂଶ ପଂଚାୟତରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦୀର୍ଘ ଦିନ ହେବ ଭଡାରେ ଲାଗିଥିବା ଜଣାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କେନ୍ଦ୍ରଟିକୁ କିଏ ଭଡା ଦେଇଛି ଏହା କେତେ ଟଙ୍କାରେ ଭଡା ଦିଆଯାଇଛି ସେକଥା ପଂଚାୟତର ଜନସାଧରାଣ କହି ପାରୁନାହାନ୍ତି । ଏହାକୁ ଭଡା ଦେବା ପାଇଁ ସରକାରଙ୍କର କିଛି ନିୟମ ରହିଛି ନା ପଂଚାୟତ ପ୍ରତିନିଧି ମନଇଚ୍ଛା ଉକ୍ତ କେନ୍ଦ୍ରକୁ ଭଡା ପ୍ରଦାନ କରିଛନ୍ତି,ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭଡା ସୂତ୍ରରୁ ଆସୁଥିବା ଅର୍ଥ କିପରି ଖର୍ଚ୍ଚ ହେଉଛି ତାହାକୁ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁସାଧାରଣରେ ଦାବି କରାଯାଇଛି । ଅପରପକ୍ଷେ ସରକାରୀ ନିୟମ ନଥାଇ ଏହି କେନ୍ଦ୍ରକୁ କିଏ ଓ କାହିଁକି ଭଡା ଲଗାଇଛି ତାର ପ୍ରଶାସନିକ ତଦନ୍ତ କରାଯାଇ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏ ବିଷୟରେ ପଂଚାୟତର ସରପଂଚଙ୍କ କୌଣସି ମତାମତ ମିଳି ପାରି ନଥିବା ବେଳେ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୀତାଂଶୁ ବିଶ୍ୱାଳଙ୍କୁ ପଚାରିବାରୁ ଏ ବିଷୟରେ ବିଡିଓଙ୍କୁ କୁହାଯାଇଥିଲା । ବିଡିଓ ଉକ୍ତ କେନ୍ଦ୍ରକୁ ଖାଲି କରି ତାଲା ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଲା ପକାଇବା ପାଇଁ ସରପଂଚଙ୍କୁ ମଧ୍ୟ କୁହାଯାଇଛି ବୋଲି ପ୍ରକାଶ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ