କେମିତି ଗିରଫ ହେଲେ ପୂର୍ବତନ ଓଆଇଏସ ନିରଞ୍ଜନ ସେଠୀ : ପୁଲିସ ସୂତ୍ରରୁ ମିଳିଲା ସୂଚନା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :କେମିତି ଗିରଫ ହେଲେ ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ, ପୋଲିସ ସୂତ୍ରରୁ ମିଳିଛି ସୂଚନା । ଫେବ୍ରୁଆରୀ ୩ ତାରିଖ ପରଠାରୁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ମୋବାଇଲକୁ ବାରମ୍ବାର ଫୋନ୍ କରୁଥିଲେ ନିରଞ୍ଜନ ସେଠୀ । ଏପରିକି ୧୦୦ରୁ ଅଧିକ ଥର କଲ୍ କରିଥିବା ପୋଲିସ କହିଛି । ଯାଜପୁର ଚଣ୍ଡିଖୋଲରୁ ରାସ୍ତା କଡରୁ ମିଳିଥିଲା ମାନସଙ୍କ ମୋବାଇଲ । ନିର୍ଦ୍ଦଷ୍ଟ ଏକ ନମ୍ବରରୁ ବାରମ୍ବାର କଲ ଆସିବା ପରେ ପୋଲିସର ସନ୍ଦେହ ବଢିଥିଲା । ଏହି ନମ୍ବରକୁ ଯାଂଚ କରିବା ପରେ ତାହା ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶ ନିରଞ୍ଜନ ସେଠୀଙ୍କର ବୋଲି ଜଣାପଡ଼ିଥିଲା । ସେବେଠାରୁ ନିରଞ୍ଜନଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିଲା ଚାନ୍ଦବାଲି ପୋଲିସର ତଦନ୍ତ । ଆଉ ଶେଷରେ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରିବା ପରେ ଜାମିନ୍ ଖାରଜ ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି କ୍ୟାମେରାମ୍ୟାନ୍ ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ହାଇକୋର୍ଟରେ କରିଥିବା ଆଗୁଆ ଜାମିନ୍ ଖାରଜ ହୋଇଛି । ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ଶର୍ମିଷ୍ଠା ରାଉତ । କ୍ୟାମେରାମ୍ୟାନ୍ ମାନଓ ସ୍ୱାଇଁ ହତ୍ୟା ମାମଲାରେ ସେ ମୁଖ୍ୟ ଷଡଯନ୍ତ୍ରକାରୀ । ହତ୍ୟାକାଣ୍ଡ ପରଠାରୁ ଫେରାର ଅଛନ୍ତି ଶର୍ମିଷ୍ଠା । କୁହାଯାଉଛି ଏକ ୱେବ ପୋର୍ଟାଲ ଖୋଲି ବହୁ ବଡ଼ ବଡ଼ିଆଙ୍କ ସହ ସଂପର୍କ ସ୍ଥାପନ କରିବାରେ ସମର୍ଥ ହୋଇଥିଲେ ଶର୍ମିଷ୍ଠା । ନେତା, ମନ୍ତ୍ରୀ ଓ ଅଫିସରଙ୍କ ଯାଏଁ ତାଙ୍କର ସଂପର୍କ ରହିଥିଲା । ଯେଉଁ ପ୍ରଭାବକୁ ବ୍ୟବହାର କରି ସେ ଆଜି ଯାଏଁ ପୋଲିସ ଆଖିରେ ଧୂଳି ଦେବାକୁ ସମର୍ଥ ହେଉଛନ୍ତି । ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗିରଫ ହେବା ପରେ ଶର୍ମିଷ୍ଠାଙ୍କ ଅଡୁଆ ଆହୁରି ବଢିଯାଇଛି ।