କେମିତି ଦେବେ କାନ୍ଥର ନୂଆ ଲୁକ

ଘରର ସାଜସଜ୍ଜା କେବଳ ଆସବାପତ୍ର ଉପରେ ନିର୍ଭର କରେ ନାହିଁ । ଘରର କାନ୍ଥକୁ ଯଦି ଡେକୋରେଟ କରାଯାଏ ତେବେ ଘର ଆକର୍ଷଣୀୟ ଦେଖାଯାଏ । କାନ୍ଥକୁ କେମିତି ଡେକୋରେଟ କରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେ ସମ୍ପର୍କରେ ଜାଣନ୍ତୁ ।
ଡାର୍କ କଲର: ଯଦି ଆପଣଙ୍କ ଘରର କାନ୍ଥ ଫିକା କିମ୍ବା ଧଳା ରଙ୍ଗର ଥାଏ ତା’ହେଲେ କାନ୍ଥର କୌଣସି ଗୋଟିଏ ଭାଗକୁ ଗାଢ ରଙ୍ଗର ପେଣ୍ଟ କରି ନିଅନ୍ତୁ । ଏବେ ନୀଳ ଏବଂ ଧୂସରର ଗାଢ଼ ରଙ୍ଗ ଟ୍ରେଣ୍ଡରେ ଅଛି । କାନ୍ଥରେ ଫ୍ରେମ ଥିବା ଏକ ବଡ଼ ଆଇନା ଲଗାନ୍ତୁ । ଦେଖିବେ ଘରର ଲୁକ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇଯିବ । ଖାଲି ସେତିକି ନୁହେଁ ଆପଣଙ୍କ ଘର ଚମକି ଉଠିବ ।
ମେଟାଲିକ ଟଚ: କପର, ବ୍ରୋଞ୍ଜ, ସିଲଭର, ଗୋଲ୍ଡ ଭଳି ମେଟାଲିକ ରଙ୍ଗରେ କୌଣସି ଏକ କାନ୍ଥକୁ ହାଇଲାଇଟ କରାନ୍ତୁ । ପେଣ୍ଟ ପରେ କାନ୍ଥକୁ ସଜାଇବାକୁ ଭୁଲନ୍ତୁ ନାହିଁ । ଆପଣ କାଠ ଫ୍ରେମର କୌଣସି ବଡ଼ ଫଟୋକୁ କାନ୍ଥରେ ଝୁଲାଇ ପାରିବେ । ତାପରେ ଦେଖିବେ ପୂର୍ବ ପରି କାନ୍ଥର ଲୁକ କେମିତି ଆଖି ଦୃଶିଆ ହେବ ।
ଫ୍ଲୋରାଲ ଡିଜାଇନ: ଯଦି ଆପଣ ଘର କାନ୍ଥକୁ ଫ୍ଲୋରାଲ ଟଚ ଦେବାକୁ ଚାହୁଁଛନ୍ତି ତେବେ ଛୋଟ ଛୋଟ ଫ୍ଲୋରାଲ ପେଣ୍ଟ୍‌ ୱାଲରେ ସଜାନ୍ତୁ । ହାଲୁକା ରଙ୍ଗର ଫ୍ଲୋରାଲ ଡିଜାଇନ ଆପଣଙ୍କ ଘରର ସମ୍ପୂର୍ଣ୍ଣ ଲୁକ ବଦଳିଯିବ । ପେଣ୍ଟ କରିବାକୁ ଚାହୁଁ ନଥିଲେ ଫ୍ଲୋରାଲ ଷ୍ଟିକରରେ ସଜାଇପାରିବେ ।
ଟେକ୍ସଚର: ଗୋଟିଏ ପ୍ରକାର ରଙ୍ଗ ନିଶ୍ଚିତ ଭାବେ ମନରେ ବିରକ୍ତି ଭାବ ସୃଷ୍ଟି କରେ । ଗୋଟିଏ ପ୍ରକାର ରଙ୍ଗରେ ଘରର ସୌନ୍ଦର୍ଯ୍ୟ କମ ହୋଇଯାଇଥାଏ । ତେଣୁ କାନ୍ଥକୁ ବିଭିନ୍ନ ପ୍ରକାର ଟେକ୍ସଚରରେ ସଜାନ୍ତୁ । ୱନେସିୟନ ପ୍ଲାଷ୍ଟର ବ୍ୟବହାର କରନ୍ତୁ । ଏଥିରେ ମଲ୍ଟିଡାଇମେନ୍ସିଆଲ ଲୁକ ମିଳିଥାଏ । ଆପଣ ଗ୍ରେନିଙ୍ଗ ଇଫେକ୍ଟ ବି ପାଇପାରିବେ । ଉଡ – ଗ୍ରେନ ଫିନିଶରେ କାନ୍ଥ ବେଶି ସୁନ୍ଦର ଲାଗିଥାଏ ।
ୱାଲ ପେପର : ୱାଲ ପେପର ବି ଘରକୁ ଦେଇପାରିବ ନୂଆ ଲୁକ । ଡିଜାଇନର ପେଣ୍ଟ ବଦଳରେ ୱାଲପେପର ବ୍ୟବହାର କରନ୍ତୁ । ୱାଲ ପେପର ବାଛିବା ସମୟରେ ଧ୍ୟାନ ରଖିବେ ଯେ ଆପଣଙ୍କ ଘର କାନ୍ଥ ଅନ୍ୟାନ୍ୟ କାନ୍ଥ ସହିତ ମ୍ୟାଚ କରୁଥିବ । ଯଦି ଏଥିରେ କିଛି ନୂଆ ପାଟର୍ନ ଆଣିବାକୁ ଚାହୁଛନ୍ତି ବ୍ରିକ କିମ୍ବା ଜିଓମେଟ୍ରିକ ସେପର ୱାଲ ପେପର ନେଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ