କେମିତି ଲାଭ
କିଛି ଭଲ କଥା
କହିବାକୁ ଅଛି
ଶୁଣିବା ଲୋକକୁ ପାଉନି,
କାହିଁ ଦୋଷ ଦେବି
କାହାକୁ କହିବି
ସମୟ ମୋତେ ତ ମିଳୁନି ।
ସମୟ ଅଭାବ
ସମସ୍ତଙ୍କୁ ଏଠି
ହସିକି କହନ୍ତି ସରବେ,
କାହାର ସମୟ
କେମିତି ବିତୁଛି
ପଚାରି ବୁଝୁଛି ମୁଁ ଏବେ ।
ଗୁଲି ଖଟି ଭାଟି
ତାସ ଖେଳ ପାଇଁ
ସମୟ ତାହାଙ୍କୁ ମିଳୁଛି,
ଯୋଗ ପ୍ରାଣାୟମ
ଅଭ୍ୟାସ କରିବା
ଶୁଣି ମୁହଁ ବୁଲି ଯାଉଛି ।
ସମସ୍ତେ କହନ୍ତି
ସମୟ ଅଭାବ
ଯୋଗ ପାଇଁ ବେଳ କାହାଁଇ,
ଡାକ୍ତର ପାଖକୁ
ଦଉଡି ଦଉଡି
ଦିନ ମାସ ବର୍ଷ ବିତଇ ।
ଏକ ମାସ ଛାଡ
ଗୋଟିଏ ସପ୍ତାହ
ନିଜେ ହିସାବ କରିପାର,
ନିତି ଅଧ ଘଣ୍ଟା
ଯୋଗ ପ୍ରାଣାୟମ
ଗୋଟିଏ ବର୍ଷ ତୁମେ କର ।
ଏତିକି ହିସାବ
କରି ତୁମେ ଦେଖ
ବରଷେ ପାଖାପାଖି ହେବ,
ଡାକ୍ତର ପାଖକୁ
ନ ଦଉଡି ସାତ
ଦିନେ ବରଷକର ଲାଭ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ