କେରଙ୍ଗ ଅହମଦୀୟା ମୁସଲିମ ମହିଳା ସଂଗଠନର ମାନବ ସେବା
ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ମାନବ ସେବା ହିଁ ମାଧବ ସେବା । ମାନବବାଦର ପ୍ରଚାର ଓ ପ୍ରସାର ତଥା ମାନବ ସେବାରେ ତତ୍ପର ଏବେ କେରଙ୍ଗ ଅହମଦୀୟା ମୁସଲିମ ମହିଳା ସଂଗଠନ । ବର୍ଷ ସାରା କୌଣସି ନା କୌଣସି ଅବସରରେ ଏହି ମହିଳା ସଂଗଠନ ମାନବ କଲ୍ୟାଣକାରୀ କାର୍ଯ୍ୟକ୍ରମ କରିଥାନ୍ତି । ଦିନ-ଦରିଦ୍ରଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଏଇ ସଂଗଠନର ଲକ୍ଷ । ଏଇଭଳି କାର୍ଯ୍ୟକମ୍ର ଦେଖିବାକୁ ମିଳିଛି, କେରଙ୍ଗ ଅହମଦୀୟା ମୁସଲିମ ମହିଳା ସଂଗଠନ ପକ୍ଷରୁ । ନିୟମିତ ଭାବେ ଅନେକ ଦିନ ହେଲା ଏହି ସଂଗଠନ ଯାଁଳା ସ୍ଥିତ ମିଶନ ଆଶ୍ରା, ଜଟଣୀରେ ଅବସ୍ଥିତ ଆଶାକିରଣ ଏବଂ ବାପା-ମାଁଙ୍କ ସେବାଶ୍ରମ, ଗୁରୁଜଙ୍ଗ ସ୍ଥିତ ବୃଦ୍ଧାଶ୍ରମ ଏବଂ କେରଙ୍ଗ ଗ୍ରାମର ହରିଜନ ଓ ଆଦିବାସୀ ପଥର କଟା ସାହିରେ ପ୍ରାୟ ୪୦୦ ପୁରୁଷ ଓ ମହିଳାମାନଙ୍କୁ ଶୀତବସ୍ତ୍ର,ଡ଼୍ରେସ, ଶାଢୀ, ଜ୍ୟାକେଟ, ସୁଇଟର,ଚୁଡ଼ା, ଚାଉଳ,ବିସ୍କୁଟ ଏବଂ ଫଳ ଇତ୍ୟାଦି ବଂଟନ କରିଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦ୍ୟେଶ ହେଲା,ସର୍ବେ ଭବନ୍ତୁ ସୁଖିନଃର ପରିବେଶ ଗଢିବା ସହିତ ବିଶ୍ୱଶାନ୍ତି ଏବଂ ବିଶ୍ୱ ଭାଇଚାରା ତଥା ମାନବବାଦ ପ୍ରତିଷ୍ଠା କରିବା । ଏହିଭଳି ଜନକଲ୍ୟାଣକରୀ ଯୋଜନା ଆଗାମୀ ଦିନରେ ମଧ୍ୟ କାର୍ଯ୍ୟରତ ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାନେତ୍ରୀ ଅମତୁଲ ହଫିଜ, ସମ୍ମାନୀତ ଅତିଥି ଭାବେ କେରଙ୍ଗ ମହିଳା ସଂଗଠନର ସଭାନେତ୍ରୀ ଶାହେଦା ବେଗମ ଓ ଉପ ସଭାନେତ୍ରୀ ରୋକିଆ ବାନୁ ଯୋଗ ଦେଇଥିବା ବେଳେ, ସେମାନଙ୍କ ସହ ସେରାଜୁମ ମୁନିରା, ଅମତୁସ ସମି, ଜୈନବ ଅଫରୋଜ, କୌସର ବେଗମ,ଜୋବେଦା ଖାତୁନ ତଥା ସଂଗଠନର ବହୁ କର୍ମୀମାନେ ଯୋଗ ଦେଇ ସାହଯ୍ୟ ଓ ସହଯୋଗ କରିଥିଲେ ।