କେରଳରୁ ପ୍ରଥମ ମୁଣ୍ଡ ନେଲା କରୋନା

କେରଳ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୯୦୦ ଡେଇଁ ଯାଇଥିବା ବେଳେ କେରଳରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି। ସାରା ଭାରତରେ କରୋନା ମୃତ୍ୟୁ ୨୦ରେ ପହଞ୍ଚିଛି। କରୋନା ମୁକାବିଲା ପାଇଁ ଦେଶରେ ଲକ୍‌ ଡାଉନ୍ ଜାରି ହୋଇଥିବାବେଳେ ଆଜି ଏହା ଚତୁର୍ଥ ଦିନରେ ପହଞ୍ଚିଛି। ଲକ୍‌ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ଅଂଶରେ ଖଟିଖିଆ ତଥା ଶ୍ରମିକମାନେ ନିଜ ଭିଟାମାଟିକୁ ପଳାୟନ କରୁଛନ୍ତି। ଏହି ଖଟିଖିଆ ତଥା ଶ୍ରମିକମାନେ ପାଦରେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଏନେଇ ଏକ ଜନହିତ ଯାଚିକା ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏହି ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳରେ ରଖିବା ସହ ସେମାନଙ୍କ ପାଇଁ ସମସ୍ତ ସୁବିଧା କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ କୋର୍ଟରେ ଅପିଲ୍‌ କରାଯାଇଛି।
ସୂଚନାଯୋଗ୍ୟ, ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ କେରଳରୁ ହିଁ ଚିହ୍ନଟ ହୋଇଛନ୍ତି। କେରଳ ପଛକୁ ମହାରାଷ୍ଟ୍ର ରହିଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୬ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ ୮୦୩ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ୮୩ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି।
ସେହିପରି ମହାରାଷ୍ଟ୍ରରେ ଚାରି, ଗୁଜୁରାଟ ଓ କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶରେ ଦୁଇ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମ ବଙ୍ଗ, ଜମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶରେ ଜଣେ ଜଣେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି। ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ଚାରିଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଭାରତରେ କରୋନା ଦ୍ବିତୀୟ ଷ୍ଟେଜ୍‌ରେ ରହିଥିବାବେଳେ ଏହା ଯେପରି ତୃତୀୟ ଷ୍ଟେଜ୍‌କୁ ନ ବ୍ୟାପେ ସେଥିପାଇଁ ସାମାଜିକ ଦୂରତ୍ବ ଓ ସଙ୍ଗରୋଧକୁ ବେଶ୍‌ କଡାକଡି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ